ETV Bharat / international

ଟଳିଲା ସଙ୍କଟ, ଆସ୍ଥା ଭୋଟ ଜିତିଲେ ବୋରିଶ ଜନସନ

author img

By

Published : Jun 7, 2022, 8:12 AM IST

Updated : Jun 7, 2022, 8:47 AM IST

ଅନାସ୍ଥାର ସାମ୍ନା କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସଙ୍କଟ ଦୂର ହୋଇଛି । କାଟ ଖାଇଛି ଅନାସ୍ଥା ଭୋଟ । ଅଧିକ ପଢନ୍ତୁ

ଆସ୍ଥା ଭୋଟ ଜିତିଲେ ଜନସନ
ଆସ୍ଥା ଭୋଟ ଜିତିଲେ ଜନସନ

ଲଣ୍ଡନ: ଅନାସ୍ଥା ଭୋଟ୍‌ର ସାମ୍ନା କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସଙ୍କଟ ଦୂର ହୋଇଛି । କାଟ ଖାଇଛି ଅନାସ୍ଥା ଭୋଟ୍‌ । ନିଜ ଦଳ କନଞ୍ଜଭେଟିଭ ପାର୍ଟିର କିଛି ନିର୍ବାଚିତ ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ଭୋଟ ଆଣିଥିଲେ । ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ପାଇଛି । ଦଳର ମୋଟ 359 ସାଂସଦଙ୍କ ମଧ୍ୟରୁ ବୋରିଶଙ୍କ ସପକ୍ଷରେ 211 ଏମପି ଭୋଟ ଦେଇଥିବାବେଳେ ବିରୋଧରେ 148 ଖଣ୍ଡ ଭୋଟ ପଡିଥିଲା । ଫଳରେ ବୋରିଶଙ୍କୁ ବଡ ଆଶ୍ବସ୍ତି ମିଳିଛି । ପଦ ବଞ୍ଚିବା ସହ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ସ୍ଥାୟୀ ହୋଇଛି । 1922 କମିଟିର ଅଧ୍ୟକ୍ଷ ସାର ଗ୍ରାହମ ବାର୍ଡି ଫଳାଫଳ ଘୋଷଣା କରିଥିଲେ ।

କୋରୋନା ମହାମାରୀର ଲକଡାଉନ ସମୟରେ ବୋରିଶ ଜନସନ ଏକ ଡ୍ରିଙ୍କସ ପାର୍ଟରେ ସାମିଲ ହୋଇଥିଲେ । ପତ୍ନୀ କ୍ୟାରୀଙ୍କ ସହ ଜନସନ ଓ ଶତାଧିକ ଲୋକ ପାର୍ଟିରେ ସାମିଲ ହୋଇଥିଲେ । ଏ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜନସନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମଗ୍ର ଦେଶବାସୀ ଘରେ ବନ୍ଦୀ ହୋଇଥିବାବେଳେ ଖୋଦ ପ୍ରଧାନମନ୍ତ୍ରୀ କିପରି ପାର୍ଟି କରୁଥିଲେ ବୋଲି ଜନସନଙ୍କୁ ସମାଲୋଚନା କରାଯାଇଥିଲା । ବିରୋଧୀ ଦଳ ଏବଂ ତାଙ୍କ ଦଳର ସଦସ୍ୟମାନେ ବିବାଦ ସୃଷ୍ଟି କରି ଜନସନଙ୍କୁ ଦାୟୀ କରି 'ପାର୍ଟିଗେଟ' ଦୁର୍ନୀତିକୁ ନେଇ ତାଙ୍କ ଇସ୍ତଫା ଦାବି କରିଥିଲେ ।

କିନ୍ତୁ ବୋରିଶ ଜନସନ ଇସ୍ତଫା ଦେବାକୁ ମନା କରିଦେଇଥିଲେ । ବ୍ରିଟେନ ପାର୍ଲାମେଣ୍ଟର 650 ସଦସ୍ୟ ବିଷିଷ୍ଟ ସଦନରେ କଞ୍ଜରଭେଟିଭ ସୃଷ୍ଟି ହୋଇଥିଲା । ବ୍ୟବସ୍ଥା ଅନୁଯାୟୀ ଦଳର 15% ଅର୍ଥାତ 54 ଏମପି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ନ ଥିବା ବିଷୟରେ କମିଟିଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହା ପରେ ଅନାସ୍ଥା ଭୋଟ ହୋଇଥିଲା । ସୋମବାର ରାତି 9ଟାରେ କମିଟି ଫଳାଫଳ ଘୋଷଣା କରିଥିଲେ । ବୋରିଶଙ୍କ ଉପରେ ସଂସଦୀୟ ଦଳର ଆସ୍ଥା ରହିଥିବା କହିଥିଲେ ।

ବୋରିଶଙ୍କ ନେତୃତ୍ବକୁ 58.8% ସମର୍ଥନ ମିଳିଥିବା ବେଳେ ତାଙ୍କ ବିରୋଧରେ 41.2% ଭୋଟ ମିଳିଥିଲା । 2018ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଥେରେସାଙ୍କୁ ମିଳିଥିବା 63% ସମର୍ଥନଠୁ କମ ଭୋଟ ପାଇଛନ୍ତି ବୋରିଶ । ପ୍ରକାଶ ଥାଉ କି, 2019 ଜୁଲାଇ ସଂସଦୀୟ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ବିଜୟୀ ହେବା ପରେ ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Last Updated : Jun 7, 2022, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.