ETV Bharat / international

ବରଫ ଝଡରେ ହନ୍ତସନ୍ତ ଆମେରିକା: ତାପମାତ୍ରା ବିଯୁକ୍ତ ୪୫, ୧୮ ମୃତ

author img

By

Published : Dec 25, 2022, 8:43 AM IST

ଆମେରିକାରେ ବରଫ ଝଡ । ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା । ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା ବେଳେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Bomb Cyclone
Bomb Cyclone

ଓ୍ବାଶିଂଟନ: ଆମେରିକାରେ ଜଳବାୟୁ ପରିବର୍ତ୍ତନର ଫଳ ଭୋଗୁଛି ଆମେରିକା । ବରଫ ଝଡ ହେବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଚଳିତ ବର୍ଷର ତାପମାତ୍ରା ୧୦୦ ବର୍ଷର ରେକର୍ଡ ଭାଙ୍ଗିଥିବା କଥା କୁହାଯାଉଛି । ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସୂଚନାଅନୁସାରେ, ୨୦ କୋଟି ଲୋକ ଏହି ଝଡ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏତେ ଭୟଙ୍କର ଥଣ୍ଡା ଯୋଗୁଁ କିଛି ସମୟ ଭିତରେ ପାଣି ମଧ୍ୟ ବରଫ ପାଲଟିଯାଉଛି । ଆମେରିକାରୁ କାନାଡର କ୍ୟୁବେକ ପର୍ଯ୍ୟନ୍ତ ପ୍ରାୟ ୩୨ ଶହ କିଲୋମିଟର ଯାଏଁ ବରଫ ଝଡ ବମ୍ବ (Bomb Cyclone) ତାଣ୍ଡବ ରଚିଛି । ଏଥିଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଘର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଛି । ସ୍ଥିତିକୁ ଦେଖି ଏୟାରପୋର୍ଟକୁ ବନ୍ଦ କରାଯାଇଛି । ରାସ୍ତାଘାଟ ବରଫରେ ଜମା ହୋଇଥିବା ବେଳେ କାର ଗୁଡିକ ମଧ୍ୟ ବରଫରେ ପୋତି ହୋଇଯାଉଛି । ଆମେରିକାର ବରଫ ଝଡ ସମସ୍ୟାକୁ ଦ୍ବିଗୁଣିତ କରିଛି ବମ୍ବ ସାଇକ୍ଲୋୱ । ଜୁଆର ପାଣି ରାସ୍ତାରେ ମାଡ ହେବା ଫଳରେ ବରଫ ହୋଇଯାଉଥିବା ସୂଚନା ରହିଛି । ଲୋକଙ୍କୁ ଜରୁରୀ ସେବା ମଧ୍ୟ ମିଳିପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ: Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ

ଆମେରିକାର ୬୦ ପ୍ରତିଶତ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ(President Joe Biden) ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାଇଡେନ କହିଛନ୍ତି, "ଏହା ପିଲାଦିନର ସ୍ନୋ ଡେ ନୁହେଁ ବରଂ ଦେଶ ପ୍ରତି ବଡ ବିପଦ ।" ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ଖୋଲା ଯାଇଛି । ଏହାର ପ୍ରଭାବରେ ଖ୍ରୀଷ୍ଟମାସ ଉପରେ ମଧ୍ୟ ପ୍ରଭାବ ପଡିଛି ।

ତଥ୍ୟ ଅନୁସାରେ, ଇଂଲଣ୍ଡର ୬ଟି ରାଜ୍ୟରେ ପ୍ରାୟ 273,000 ଲୋକ ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି । ବରଫ ଝଡ ନକମିବା ଯାଏଁ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ ବୋଲି କୁହାଯାଇଛି । ସେହିପରି ଉତ୍ତର କାରୋଲିନାରେ ଶନିବାର ଅପରାହ୍ନ ପର୍ଯ୍ୟନ୍ତ 169,000 ଲୋକ ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.