ETV Bharat / international

କାଠମାଣ୍ଡୁରେ ପହଞ୍ଚିଲା 4 ନେପାଳ ଛାତ୍ରଙ୍କ ମୃତଦେହ, ‘ହମାସ’ ଆକ୍ରମଣରେ ଯାଇଥିଲା ଜୀବନ

author img

By ETV Bharat Odisha Team

Published : Oct 22, 2023, 6:06 PM IST

କାଠମାଣ୍ଡୁରେ ପହଞ୍ଚିଲା 4 ନେପାଳ ଛାତ୍ରଙ୍କ ମୃତଦେହ । 7 ତାରିଖ ହମାସ ଆକ୍ରମଣରେ 10 ନେପାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏବେ ସୁଦ୍ଧା ମଧ୍ୟ ସମସ୍ତ ମୃତଦେହ ମିଳିନି । ଅଧିକ ପଢନ୍ତୁ

କାଠମାଣ୍ଡୁରେ ପହଞ୍ଚିଲା 4 ନେପାଳ ଛାତ୍ରଙ୍କ ମୃତଦେହ, ହମାସ ଆକ୍ରମଣରେ ଯାଇଥିଲା ଜୀବନ

ହାଇଦ୍ରାବାଦ: ନେପାଳ ରାଜଧାନୀ କାଠମାଣ୍ଡୁରେ ପହଞ୍ଚିଛି ଇସ୍ରାଏଲରେ ‘ହମାସ’ ଆକ୍ରମଣରେ ପ୍ରାଣ ହରାଇଥିବା 4 ଛାତ୍ରଙ୍କ ମୃତଦେହ । ଆଜି ପୂର୍ବାହ୍ନରେ 4 ମୃତଦେହ କାଠମାଣ୍ଡୁ ବିମାନ ବନ୍ଦରରେ ପହଞ୍ଚିବା ପରେ ନେପାଳ ବିଦେଶ ମନ୍ତ୍ରୀ ଓ ଇସ୍ରାଏଲ ରାଷ୍ଟ୍ରଦୂତ ଏୟାରପୋର୍ଟ ଉପସ୍ଥିତ ରହିଥିଲେ । ମୃତଦେହ ଗୁଡିକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

ନେପାଳରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ହସନ ଗୋଦେର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହି ଆକ୍ରମଣ ପାଇଁ ‘ହମାସ’ ଗୋଷ୍ଠୀକୁ ଦାୟୀ କରିଛନ୍ତି । କହିଛନ୍ତି, ହମାସର ଆକ୍ରମଣରେ ଏହି ବିଦେଶୀ ନାଗରିକଙ୍କ ପ୍ରାଣହାନୀ ଘଟିଛି । ଏମାନେ ସମସ୍ତେ ଗାଜା-ଇସ୍ରାଏଲ ସୀମାବର୍ତ୍ତୀ ଅଞ୍ଚଳରେ ଥିଲେ, ଯେଉଁଠାରେ ‘ହମାସ’ 7 ତାରିଖରେ ଅତର୍କିତ ରକେଟ ମାଡ କରିଥିଲା ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, 14 ଶହ ମୃତଦେହ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ପାରିନାହିଁ । ସେମାନଙ୍କୁ ଚିହ୍ନଟ କରାଯାଇ ସ୍ବଦେଶକୁ ହସ୍ତାନ୍ତର କରିବା ପାଇଁ ଇସ୍ରାଏଲ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ଆଜି 4 ନେପାଳ ନାଗରିକଙ୍କ ମୃତଦେହ କାଠମାଣ୍ଡୁରେ ପହଞ୍ଚିଛି । ଅନ୍ୟ ଜଣଙ୍କ ମୃତଦେହ ଆସନ୍ତକାଲି ଆସିପାରେ ।

ଏହା ମଧ୍ୟ ପଢନ୍ତୁ:- ମାନବିକତା ଦେଖାଇଲା ଭାରତ, ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ରିଲିଫ୍‌ ସାମଗ୍ରୀ

ଚଳିତ ମାସ 7 ତାରିଖରେ ‘ହମାସ’ କରିଥିବା ଆକ୍ରମଣରେ ନେପାଳର 10 ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ଏବେ ସୁଦ୍ଧା ମାତ୍ର 4 ମୃତଦେହ ନେପାଳ ଫେରିଛି । ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ଅଣାଯିବା ନେଇ ନେପାଳ ସରକାର ଓ ଇସ୍ରାଏଲ ଦୂତାବାସ ପ୍ରଚେଷ୍ଟା ଜାରି ରଖିଛନ୍ତି । ନେପାଳ ସରକାରଙ୍କ ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ 4,500 ନେପାଳ ନାଗରିକ ରହିଛନ୍ତି । ସେମାନଙ୍କ ମଧ୍ୟରେ 265 ଜଣ ଛାତ୍ରଛାତ୍ରୀ ସେଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ମଧ୍ୟ ଜାରି ରଖିଛନ୍ତି ।

7 ତାରିଖରେ ‘ହମାସ’ ଆତଙ୍କୀ ଗୋଷ୍ଠୀ କରିଥିବା ଆକ୍ରମଣରେ ମୋଟ 1,400 ଇସ୍ରାଏଲୀ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା । ଶିଶୁ ଓ ମହିଳାଙ୍କ ସମେତ ପ୍ରାୟ 150ରୁ ଅଧିକ ସାଧାରଣ ଇସ୍ରାଏଲୀ ନାଗରିକଙ୍କୁ ‘ହମାସ’ ଆତଙ୍କୀ ସଂଗଠନ ଅପହରଣ କରି ନେଇଯାଇଥିଲା । ଏବେ ଏହି ମୃତାହତଙ୍କ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଥିବା ଜଣାପଡୁଛି । ପୂର୍ବରୁ ଏକାଧିକ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ଆମେରିକା ଦାବି କରିବା ସହ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଭୂମଧ୍ୟ ସାଗରରେ ଏକ ଯୁଦ୍ଧପୋତ ମଧ୍ୟ ନିୟୋଜିତ କରିଥିଲା । ଅନ୍ୟପଟେ ଭାରତ ମଧ୍ୟ ନିଜ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ‘ଅପରେସନ ଅଜୟ’ ଜାରି ରଖିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.