ETV Bharat / international

ଗାଜାରେ ବିଧ୍ବଂସଲୀଳା ଜାରି, ଗତ ୨୪ଘଣ୍ଟାରେ ୧୬୬ ପାଲେଷ୍ଟିନୀୟଙ୍କ ଜୀବନ ନେଲା ଇସ୍ରାଏଲ - ୨୪ଘଣ୍ଟାରେ ୧୬୬ ପାଲେଷ୍ଟିନୀୟ ମୃତ

166 people died in Gaza in last 24 hours: ଥମିବାର ନାଁ ନେଉନାହିଁ ଇସ୍ରାଏଲ-ଗାଜା ଯୁଦ୍ଧ । ଗତ ୨୪ଘଣ୍ଟାରେ ଇସ୍ରାଏଲ ବୋମାମାଡ଼ରେ ଗଲା ୧୬୬ ପାଲେଷ୍ଟିନୀୟଙ୍କ ଜୀବନ । ଅଧିକ ପଢ଼ନ୍ତୁ

166 people died in Gaza in last 24 hours

author img

By ETV Bharat Odisha Team

Published : Dec 24, 2023, 10:20 PM IST

ଗାଜା: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଉଭୟ ରାଷ୍ଟ୍ରରେ ଗଡ଼ୁଛି ମୁଣ୍ଡ । ହେଲେ ଗତ ୨୪ ଘଣ୍ଟାରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ସାରା ଦେଶକୁ ଚମକାଇ ଦେଇଛି । ଶନିବାର ଯୁଦ୍ଧର ସବୁଠୁ ରକ୍ତାକ୍ତ ଦିନ ବୋଲି କୁହାଯାଉଛି । ଗାଜାର ଉତ୍ତରାଞ୍ଚଳରେ ଇସ୍ରାଏଲର ବୋମା ମାଡ଼ରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୬୬ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି ବୋଲି ଗାଜା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଅକ୍ଟୋବର ୭ ତାରିଖରେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ୨ ମାସ ମଧ୍ୟରେ ଉଭୟ ପକ୍ଷରୁ ହଜାର ହଜାର ନାଗରିକଙ୍କ ଜୀବନ ହାନି ଘଟୁଥିବା ବେଳେ ପରସ୍ପର ନିଜର ଅସ୍ଥିତ୍ବ ବଜାୟ ରଖିବା ଲାଗି ଯୁଦ୍ଧ ଜାରି ରଖିଛନ୍ତି । ଗତ କିଛି ଦିନ ଧରି ଇସ୍ରାଏଲ ଗାଜାର ଉତ୍ତରାଞ୍ଚଳରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କବାଦୀଙ୍କ ନିପାତ ଲାଗି ଏହି ଅଞ୍ଚଳରେ ଗ୍ରାଉଣ୍ଡ୍‌ ଆକ୍ରମଣ ଆରମ୍ଭ କରିବ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଛି । ଏହି ଅଞ୍ଚଳରେ ଶନିବାର ସହର ଭିତରକୁ ଇସ୍ରାଏଲର ଟ୍ୟାଙ୍କ ପ୍ରବେଶ କରି ବୋମାମାଡ଼ କରୁଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

ଏହା ବି ପଢନ୍ତୁ- ଗାଜାରେ ମୃତ୍ୟୁସଂଖ୍ୟା 13 ହଜାର ପାର ! ଗୁରୁତରଙ୍କ ସଂଖ୍ୟା 30 ହଜାରରୁ ଅଧିକ ଆଶଙ୍କା

ସେପଟେ ଗାଜା ସ୍ବାସ୍ଥ୍ୟ ବିଭାଗର ଜଣେ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଇସ୍ରାଏଲ ଆକ୍ରମଣରେ ୧୬୬ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି । ଏହାରି ସହିତ ମୋଟ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୨୦,୪୨୪ରେ ପହଞ୍ଚିଥିବା ବେଳେ ୧୦ ହଜାରରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଯୁଦ୍ଧ ଯୋଗୁଁ ଗାଜାର ୨.୩ ମିଲିୟନ ବା ୨ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ସ୍ଥାନାନ୍ତରିତ ହୋଇସାରିଲେଣି । ଅନ୍ୟପଟେ ଇସ୍ରାଏଲ ମିଲିଟାରୀରେ ସୂଚନା ଅନୁସାରେ ଗତ କିଛି ଦିନ ମଧ୍ୟରେ ୯ଜଣ ଇସ୍ରାଏଲି ସେନାଧିକାରୀ ଶହୀଦ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏଯାବତ ଗାଜା ବିରୁଦ୍ଧ ଯୁଦ୍ଧରେ ଇସ୍ରାଏଲର ୧୫୫ ଜଣଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ମିଲିଟାରୀ ସୂଚନା ଅନୁସାରେ ୧୨୦୦ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହା ବି ପଢନ୍ତୁ- ଗାଜାରେ ଇସ୍ରାଏଲର ଧ୍ବଂସଲୀଳା, ବିଶ୍ବକୁ ସ୍ତବ୍ଧ କଲା ମାନବୀୟ ସଙ୍କଟର କରାଳ ରୂପ

ରବିବାର କ୍ୟାବିନେଟ ବୈଠକରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, "ଗାଜା ବିରୋଧରେ ଜାରି ଥିବା ଯୁଦ୍ଧର ଆଜି ଜଟିଳ ଦିନ ରହିଥିଲା । ଏହି ଯୁଦ୍ଧ ଯୋଗୁଁ ଇସ୍ରାଏଲର ବଡ଼ କ୍ଷତି ହୋଇଛି । ହେଲେ ଆମ ନିକଟରେ କୌଣସି ଉପାୟ ନାହିଁ, ଆମକୁ ଆଗକୁ ମଧ୍ୟ ଯୁଦ୍ଧ ଜାରି ରଖିବାକୁ ପଡ଼ିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.