ETV Bharat / international

Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

author img

By

Published : May 26, 2022, 8:01 AM IST

କାବୁଲର ହଜରତ ଜାକରିଆ ମସଜିଦରେ ଭୟଙ୍କର ବିସ୍ଫୋରଣ । ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ
Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

କାବୁଲ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ(A powerful explosion killed at Kabul mosque) । ଗତକାଲି କାବୁଲର ଏକ ମସଜିଦରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୫ ଜଣ ପୂଜକ ରହିଥିବା ସୂଚନା ରହିଛି । ଏନେଇ ତାଲିବାନ ପକ୍ଷରୁ ଗତକାଲି(ବୁଧବାର) ସୂଚନା ଦିଆଯାଇଛି ।

ତେବେ ଏହି ବିସ୍ପୋରଣରେ ୨୨ ଜଣ ଆହତ ହୋଇଛନ୍ତି ବୋଲି କାବୁଲ ଜରୁରୀକାଳୀନ ହସ୍ପିଟାଲ(Kabul Emergency Hospital) ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ଗତକାଲି(ବୁଧବାର) ହଜରତ ଜାକରିଆ ମସଜିଦରେ ନମାଜ ପଢିବା ପାଇଁ ଅନେକ ଲୋକ ମସଜିଦକୁ ଯାଇଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ବିବୃତ୍ତିରେ କୁହାଯାଇଛି ଯେ, IS ବିସ୍ଫୋରକ ଉପକରଣ ସହିତ ତିନୋଟି ବସକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଆଫଗାନିସ୍ତାନ ମସଜିଦରେ ଏଭଳି ବିସ୍ଫୋରଣ ପ୍ରଥମ ଘଟଣା ନୁହେଁ, ଅନେକ ସମୟରେ ଦେଶର ସୁନ୍ନି ମସଜିଦଗୁଡିକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଥିବାର ଦେଖିବାକୁ ମିଳୁଛି । ମହମ୍ମଦ ଆସିଫ ୱାଜିରୀଙ୍କ(Mohammad Asif Waziri) କହିବା ଅନୁଯାୟୀ, ଏହି ବିସ୍ପୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ତେବେ ଏନେଇ ସଠିକ ସୂଚନା ମିଳି ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.