ଓ୍ବାଶିଂଟନ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିବା ନେଇ ସୂଚନା ମିଳିଥିଲା । ତେବେ ବାଇଡେନଙ୍କ ୟୁକ୍ରେନ ଗସ୍ତ ନେଇ କୌଣସି ପ୍ଲାନ ନଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖୁବଶୀଘ୍ର କିଭକୁ ଆମେରିକାର ଜଣେ ଉଚ୍ଚପଦାଧିକାରୀ ପଠାଇବା ନେଇ ଯୋଜନା କରାଯାଉଥିବା ହ୍ବାଇଟ ହାଉସ ପକ୍ଷରୁ ଜଣାପଡିଛି ।
ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ୮୦୦ ମିଲିୟନ ଡଲାର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଥିଲେ । ବାଇଡେନ କହିଛନ୍ତି ଯେ, ଏହି ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନକୁ ଦିଆଯାଇଥିବା ଉପକରଣ ଗୁରୁତ୍ବପୂର୍ଣ୍ଣ ଅଟେ । ୟୁକ୍ରେନକୁ ସମର୍ଥନ କରୁଥିବା 30 ସହଯୋଗୀଙ୍କ ମଧ୍ୟରେ ଆମେରିକା ସର୍ବ ବୃହତ ସାମରିକ ସହାୟତା ଯୋଗାଣକାରୀ ଭାବରେ ରହିଆସିଛି ।
ରାଷ୍ଟ୍ରପତି ବାଇଡେନ ଜାନୁଆରୀ ୨୦୨୧ରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପର୍ଯ୍ୟନ୍ତ ୟୁକ୍ରେନକୁ ୩.୨ ବିଲିୟନ ଡ଼ଲାରରୁ ଅଧିକ ପ୍ରତିରକ୍ଷା ବିଭାଗକୁ ସୁରକ୍ଷା ସହାୟତା ପ୍ରଦାନ କରିଛନ୍ତି । ଫେବୃଆରୀ ୨୪ରେ ଋଷ୍ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଆମେରିକା ୟୁକ୍ରେନ୍ ସେନାକୁ ୨.୪ ବିଲିଅନ ଡଲାରର ସହାୟତା ଦେଇଛି ।
@ANI