ETV Bharat / international

ପୋଲାଣ୍ଡ ଉପରେ ଋଷର ମିସାଇଲ ଆକ୍ରମଣ, ବାଲିରେ ଜରୁରୀ ବୈଠକ ଡାକିଲେ ବାଇଡେନ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଠକ

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷର ମିସାଇଲ ପଡିଛି । ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାପରେ ବାଲିରେ ଜରୁରୀ ବୈଠକ ଡାକିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Biden calls emergency meeting) । ଅଧିକ ପଢନ୍ତୁ

ପୋଲାଣ୍ଡ ଉପରେ ଋଷର ମିସାଇଲ ଆଟାକ, ବାଲିରେ ଜରୁରୀ ବୈଠକ ଡାକିଲେ ବାଇଡେନ

author img

By

Published : Nov 16, 2022, 8:35 AM IST

Updated : Nov 16, 2022, 10:04 AM IST

ଜାକର୍ତ୍ତା: ପୋଲାଣ୍ଡ ଉପରେ ମିସାଇଲ ମାଡ କରିଛି ଋଷ । ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷର ମିସାଇଲ ପଡିଛି । ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାପରେ ବାଲିରେ ଜରୁରୀ ବୈଠକ ଡାକିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Biden calls emergency meeting after missile hits Poland) । ଜି ୭ ଓ ନାଟୋ ନେତାଙ୍କୁ ନେଇ ବାଇଡେନ ଏହି ବୈଠକ ଡାକିଛନ୍ତି ।

ଗତକାଲି ଇଣ୍ଡୋନେସିଆରେ ବାଲିରେ 17ତମ ଜି-20 ସମ୍ମିଳନୀରେ ଯୁଦ୍ଧ ଉପରେ ରୋକ ଲଗାଇବାକୁ ରାଷ୍ଟ୍ରନେତା ମାନେ ଆଲୋଚନା କରିବାକୁ ପରେ ବି ଚେତୁନି ଋଷ । ୟୁକ୍ରେନ ଉପରେ ମିସାଇଲ ମାଡ କରିବାକୁ ଲାଗିଛି । ପୋଲାଣ୍ଡ ଉପରେ ମିସାଇଲ ଆକ୍ରମଣ ପରେ ୟୁଏସ ସଚିବ ଆଣ୍ଟୋନି ବ୍ଲିଙ୍କେନ ଫୋନ ଜରିଆରେ ପୋଲାଣ୍ଡ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୁଇ ଦେଶ ସହିତ ଥିବା କହିଛନ୍ତି । ଜି-20 ସମ୍ମିଳନୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମିଲ ହୋଇନାହାନ୍ତି ।

ଏହା ବି ପଢନ୍ତୁ...ପୋଲାଣ୍ଡରେ ଋଷର ମିସାଇଲ ଆଟାକ, 2 ସାଧାରଣ ନାଗରିକ ମୃତ

ପୋଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁସାରେ ମିସାଇଲଟି ଋଷ ନିର୍ମିତ ବୋଲି ଚିହ୍ନଟ କରାଯାଇଛି । ପୋଲାଣ୍ଡର ରାଷ୍ଟ୍ରପତି ଡୁଡା ଉତ୍ପତ୍ତି ସ୍ଥିତିକୁ ନେଇ କହିଛନ୍ତି, ଅଧିକାରୀମାନେ ସଠିକ ଭାବରେ ଜାଣି ନାହାଁନ୍ତି ଯେ ମିସାଇଲଟି କିଏ ମାଡ କରିଛି ଏବଂ ଏହା କେଉଁଠାରେ ତିଆରି ହୋଇଛି । ସେ କହିଛନ୍ତି ଯେ ଏହା ସମ୍ଭବତ ଋଷ ନିର୍ମିତ ମିସାଇଲ । ଏହାର ଯାଞ୍ଚ କରାଯାଉଛି । ଯଦି ନିଶ୍ଚିତ ହୁଏ, ୟୁକ୍ରେନ ଆକ୍ରମଣ ପରେ ଏହା ପ୍ରଥମ ଥର ହେବ ଯେ ନାଟୋ ଦେଶ ଉପରେ ଋଷର ଆକ୍ରମଣ କରିଛି । ପୋଲାଣ୍ଡ 2 ନାଗରିକଙ୍କ ମୃତ୍ୟୁ ଘଟଣା ପରେ ଯୁଦ୍ଧ ଘନଘଟା ବଢ଼ିଛି । ଏ ଘଟଣା ପରେ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲାଣ୍ଡ ସରକାର । ପୋଲାଣ୍ଡ ସ୍ଥିତି ଉପରେ ନଜର ରଖିଛି ନାଟୋ ।

Last Updated : Nov 16, 2022, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.