ETV Bharat / international

ବାରାକ ଓବାମାଙ୍କ ସହ ୫୦୦ ଆମେରିକୀୟଙ୍କୁ ବ୍ୟାନ କଲା ଋଷ

author img

By

Published : May 20, 2023, 7:59 PM IST

ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଋଷ ମନା । ୱାଶିଂଟନ ଦ୍ବାରା ଘୋଷିତ ପ୍ରତିବନ୍ଧକର ଜବାବରେ ୫୦୦ ଆମେରିକୀୟଙ୍କ ଋଷ ପ୍ରବେଶ ଉପରେ ବ୍ୟାନ ଲଗାଇଲେ ପୁଟିନ ସରକାର । ଅଧିକ ପଢ଼ନ୍ତୁ

barack obama banned from russia
ବାରାକ ଓବାମାଙ୍କୁ ରୁଷିଆ ମନା

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ । ଓବାମାଙ୍କ ସହ ୫୦୦ ଆମେରିକୀୟଙ୍କ ଋଷ ପ୍ରବେଶ ଉପରେ ପୁଟିନ ସରକାର ବ୍ୟାନ ଲଗାଇଛନ୍ତି । ୱାଶିଂଟନ ଦ୍ବାରା ଘୋଷିତ ପ୍ରତିବନ୍ଧକର ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଶୁକ୍ରବାର ଋଷ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇବାଇଡେନଙ୍କ ଋଷ ବିରୋଧୀ ନୀତି ଯୋଗୁଁ ଏପରି କଟକଣା ଲଗାଇଛି । ଋଷ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବାଇଡେନ ସରକାରଙ୍କ ଦ୍ବାରା କ୍ରମାଗତ ଭାବେ ଋଷ ଉପରେ ଲଗାଯାଉଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ୫୦୦ ଆମେରିକୀୟଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Modi Zelensky Talks: ଯୁଦ୍ଧ ଶେଷ ପାଇଁ ଯାହା ଆବଶ୍ୟକତା ଭାରତ କରିବ: ମୋଦି

ଶୁକ୍ରବାର ଋଷର ୩୦୦ ନାଗରିକ ଓ କମ୍ପାନୀକୁ ବ୍ୟାନ କରିଥିଲା ଆମେରିକା । ଏହା ପଛର କାରଣ ହେଉଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ପାଇଁ ଆମେରିକା ଉକ୍ତ ଦେଶ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଛି । ଏହି କ୍ରମରେ ବ୍ରିଟେନ ମଧ୍ୟ ଋଷର ହୀରା ଉପରେ ପ୍ରତିବନ୍ଧକ ଲଗାଇବାକୁ G7 ବୈଠକରେ ନିଷ୍ପତ୍ତି ନେଇଛି । ଋଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଜାଣି ରଖିବା ଉଚିତ ଯେ ଆମ ବିରୁଦ୍ଧରେ ନିଆଯାଥିବା କୌଣସି ପଦକ୍ଷେପକୁ ଆମେ ହାଲୁକାରେ ନେବୁ ନାହିଁ । ତାର ପ୍ରତିବଦଳରେ ଉଚିତ ଜବାବ ଦେବୁ ।

ଏହା ମଧ୍ୟ ପଢ଼ନ୍ତୁ: G7 Summit in Japan: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଗତ ମାସରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମିଳିତ ଜାତିସଂଘକୁ ଯିବା ସମୟରେ ଆମେରିକା ସେମାନଙ୍କୁ ଭିସା ଦେଇନଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ଅଧିକ ବଢ଼ିବାରେ ଲାଗିଲା । ଆମେରିକାର ଏଭଳି ସଦ୍ୟ କଟକଣା ନେଇ ଋଷ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାରାକା ଓବାମାଙ୍କ ବ୍ୟତୀତ ଟେଲିଭିଜନ ହୋଷ୍ଟ ଷ୍ଟିଫନ କୋଲବର୍ଟ, ଜିମି କିମେଲ ଏବଂ ସେଠ୍ ମିୟର୍ସଙ୍କୁ ମଧ୍ୟ ଋଷ ପ୍ରବେଶ ଉପରେ ବ୍ୟାନ ଲଗାଯାଇଛି । ସେହିପରି CNN ଉପସ୍ଥାପିକା ଏରିନ ବର୍ନେଟ, MSNBC ଉପସ୍ଥାପକ ରାହେଲ ମାଦାବୋ ଏବଂ ଜୋ ସ୍କାରବୋରୋ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ଋଷ । ଋଷ ବିରୋଧରେ ମିଥ୍ୟ ଖବର ପ୍ରସାରଣରେ ସମ୍ପୃକ୍ତ ଥିବା ଆମେରିକୀୟଙ୍କୁ ବ୍ୟାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.