ETV Bharat / international

ଅଷ୍ଟ୍ରେଲିଆରେ ମନ୍ଦିର ଭଙ୍ଗାଯିବା ପ୍ରସଙ୍ଗ, ହିନ୍ଦୁଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା - temple vandalism in australia

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ଘଟଣା ଥମିବାରେ ନାଁ ନେଉନି । ଏହାରି ଭିତରେ ସୋମବାର ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆରେ ଭଙ୍ଗା ଚାଲିଛି ମନ୍ଦିର
ଅଷ୍ଟ୍ରେଲିଆରେ ଭଙ୍ଗା ଚାଲିଛି ମନ୍ଦିର
author img

By

Published : May 23, 2023, 7:14 AM IST

ସିଡନୀ: ଅଷ୍ଟ୍ରେଲିଆରେ ଲାଗିରହିଛି ସାମ୍ପ୍ରଦାୟିକ ଦଙ୍ଗା । ଗତ କିଛି ମାସ ଧରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଲଗାତର ମନ୍ଦିର ଭଙ୍ଗାରୁଜା କରୁଥିବା ଖବର ଆସୁଛି । ଯାହାକି ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ କୁଠାରଘାତ କରୁଥିବାବେଳେ ଏହାକୁ ବିରୋଧ କରିଆସୁଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ । ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆର ବ୍ରେସବେନ୍ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଭଙ୍ଗାରୁଜା କରିଥିଲେ ଖଲିସ୍ତାନୀ ସମର୍ଥକ । ଏହା ପୂର୍ବରୁ ଜାନୁଆରୀ ମାସରେ ମାତ୍ର ୧୫ ଦିନ ଅନ୍ତରରେ ୩ଟି ମନ୍ଦିର ଧୂଳିସାତ୍ କରାଯାଇଥିଲା । ଖାଲି ସେତିକି ନୁହେଁ, ଭାରତୀୟଙ୍କ ବିରୋଧରେ ନାରାବାଜି କରାଯିବା ସହ ହିଂସା ସୃଷ୍ଟି କରାଯାଇଥିଲା ।

ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ପାଖାପାଖି ୬ ଲକ୍ଷ ୮୪ହଜାର ହିନ୍ଦୁ ବସବାସ କରୁଛନ୍ତି । ସେମାନଙ୍କୁ ବିରୋଧ କରି କେତେକ ଖଲିସ୍ତାନୀ ସମର୍ଥକ ରାଜଧାନୀ ସିଡନୀ ସମେତ ଅନେକ ମନ୍ଦିର ଭାଙ୍ଗି ସେଠାରେ ଖଲିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ଗତ ୫ ତାରିଖରେ ସିଡନୀ ସ୍ଥିତ ରୋଜ୍ ହିଲରେ ଥିବା ଶ୍ରୀ ସ୍ବାମୀ ନାରାୟଣ ମନ୍ଦିର ଉପରକୁ କରାଯାଇଥିଲା ଆକ୍ରମଣ । ନିଉ ସାଉଥ୍ ୱେଲସ ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆରେ ନିଯୁକ୍ତ ହୋଇଥିବା ଇଣ୍ଡିଆନ ହାଇ କମିଶନର ମନପ୍ରୀତ ବୋହରା । ଏପରି ସାମ୍ପ୍ରଦାୟିକ ଦଙ୍ଗା ରୋକିବା ନିମନ୍ତେ ପଦକ୍ଷେପ ନେବା ଅଷ୍ଟ୍ରେଲିଆ ସରକାରଙ୍କ ଏକ ବଡ଼ ଦାୟିତ୍ବ ବୋଲି କହିଛନ୍ତି । ଏହାସହ ପ୍ରଶାସନ ତା'ର ଦାୟିତ୍ବ ସୂଚାରୁ ରୂପେ ତୁଲାଉଥିବା କହିଛନ୍ତି ବୋହରା । ଭାରତୀୟଙ୍କ ସୁରକ୍ଷା ନିମନ୍ତେ ଅଷ୍ଟ୍ରେଲିଆର ଅଥୋରିଟି ମାନଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା କଥା ମଧ୍ୟ କହିଛନ୍ତି ।

ତେବେ ପାପୁଆ ନ୍ୟୁଗିନି ପରେ ସୋମବାର ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ମୋଦିଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ । ଆନ୍ଥୋନିଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ମିଳିଥିବା ଆତିଥ୍ୟ ଚିରସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଇଣ୍ଡୋ ପାସିଫିକ୍ ପ୍ରସ୍ତାବଠୁ ଆରମ୍ଭ କରି ଅର୍ଥନୈତିକ ଚୁକ୍ତିନାମା ଏବଂ ଦୁଇ ଦେଶ ମଧ୍ୟରେ ବୁଝାମଣା ନେଇ ଆଲୋଚନା ହୋଇଛି । ଏହାସହ ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ହିନ୍ଦୁ ମନ୍ଦିର ଭଙ୍ଗାଯିବା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥାଇପାରେ ବୋଲି ଆଶା ବ୍ୟକ୍ତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.