ETV Bharat / international

Gaza israel war: ଗାଜା ଛାଡିବେ 400ରୁ ଅଧିକ ବିଦେଶୀ

ଗାଜାରୁ ଇଜିପ୍ଟ ସ୍ଥାନାନ୍ତରିତ ହେବେ 4 ଶହରୁ ଅଧିକ ବିଦେଶୀ । ବିଦେଶୀଙ୍କ ମଧ୍ୟରେ ଅଧିକାଂଶ ଆମେରିକୀୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 2, 2023, 8:04 PM IST

Gaza israel war: ଗାଜା ଛାଡିବାକୁ ଚାହୁଁଛନ୍ତି 400 ରୁ ଅଧିକ ବିଦେଶୀ

ହାଇଦ୍ରାବାଦ: ଗାଜା ଛାଡିବା ତାଲିକାରେ ରହିଛନ୍ତି ପ୍ରାୟ 4 ଶହ ବିଦେଶୀ ନାଗରିକ । ଏମାନେ ଗାଜା ଛାଡିବା ପରେ ରଫା ବର୍ଡର କ୍ରସିଂ ପୋଷ୍ଟ ମାଧ୍ୟମରେ ଇଜିପ୍ଟରେ ପ୍ରବେଶ କରିବେ । ଇଜିପ୍ଟ ଏଥିପାଇଁ ସହମତ ପ୍ରକାଶ କରିଛି । ପାଲେଷ୍ଚାଇନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏଥିପାଇଁ ଏହି ବିଦେଶୀ ନାଗରିକମାନଙ୍କୁ ଅନୁମତି ମିଳିସାରିଛି । ଏଥିପାଇଁ 595 ଜଣଙ୍କୁ କ୍ଲିୟରାନ୍ସ ଅନୁମତି ମାଗିଥିଲେ ।

ଏହି ବିଦେଶୀ ନାଗରିକମାନଙ୍କୁ ରଫା ବର୍ଡର କ୍ରସିଂରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ମିଳିଛି । ସେଠାରୁ ସେମାନେ ଯାଞ୍ଚ ହେବା ପରେ ଇଜିପ୍ଟରେ ପ୍ରବେଶ କରିବେ । ଏହି ତାଲିକାରେ ସର୍ବାଧିକ ଆମେରିକୀୟ ରହିଛନ୍ତି । ପ୍ରାୟ 4 ଶହ ଆମେରିକୀୟଙ୍କ ସମେତ ପ୍ରାୟ 14ଟି ଦେଶର ନାଗରିକ ଗାଜାରୁ ସ୍ଥାନାନ୍ତରିତ ହେବେ । ଏମାନଙ୍କ ମଧ୍ୟରେ ବିଦେଶୀଙ୍କ ବ୍ୟତୀତ କିଛି ଆହତ ଗାଜାବାସୀ ରହିଛନ୍ତି । ସେମାନଙ୍କୁ ଇଜିପ୍ଟ ହସ୍ପିଟାଲରେ ଚିକିତ୍ସା ସହାୟତା ଯୋଗାଇବ । ଗତକାଲି(ବୁଧବାର) ପ୍ରଥମ ପର୍ଯ୍ୟାୟରେ କିଛି ବିଦେଶୀ ନାଗରିକ ଇଜିପ୍ଟରେ ପ୍ରବେଶ କରିଥିଲେ । ଏବେ ଇଜିପ୍ଟରେ 45 ଜଣ ଆହତ ଚିକିତ୍ସାଧୀନ ରହିଥିବା କାଇରୋ ପକ୍ଷରୁ କୁହାଯାଇଛି ।

ଏବେ ଉତ୍ତର-ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଦକ୍ଷିଣ ଗାଜାରେ ରିଲିଫ କ୍ୟାମ୍ପରେ ଲକ୍ଷାଧିକ ଶରଣାର୍ଥୀ ରହିଛନ୍ତି । ମାନବୀୟ ସଙ୍କଟ ପରିସ୍ଥିତିର ମୁକାବିଲା ଓ ଜରୁରୀ ସାମଗ୍ରୀ ଯୋଗାଣ ଶୃଙ୍ଖଳା ଜାରି ରଖିବାକୁ ପ୍ରାଧାନ୍ୟ ଦିଆଯାଉଛି । ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇସାରିଥିଲେ ସୁଦ୍ଧା ତାହା ଇସ୍ରାଏଲ ଉପରେ କୌଣସି ପ୍ରଭାବ ପକାଇ ପାରିନି । ଉତ୍ତର ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଏବେ ସୁଦ୍ଧା 7 ତାରିଖ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହମାସ ଆତଙ୍କୀଙ୍କ ସମେତ ପ୍ରାୟ 10 ହଜାର ଗାଜାବାସୀ ପ୍ରାଣ ହରାଇସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Cash for query case: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’

ଅନ୍ୟପଟେ ଇସ୍ରାଏଲ ସେନାର ଏହି ସ୍ଥଳ ଅପରେସନ ଆଉ କିଛି ଦିନ ଜାରି ରହିପାରେ । କାରଣ ଗାଜାରେ ଆତଙ୍କୀମାନେ ଏକାଧିକ ସୁଦୀର୍ଘ ବଙ୍କର ନିର୍ମାଣ କରି ରହିଥିବା ସୂଚନା ଇସ୍ରାଏଲ ପାଇଛି । ତେଣୁ ଏହି ଗ୍ରାଉଣ୍ଡ ଅପରେସନରେ ସେମାନଙ୍କୁ ସୁଡଙ୍ଗରୁ ନିପାତ କରିବା ଏତେଟା ସହଜ ହେଉନାହିଁ । ଏହି ଗ୍ରାଉଣ୍ଡ ଅପରେସନରେ କିଛି ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ଓ ଜନବସତି ଏରିଆରେ ଇସ୍ରାଏଲ ସେନା ଆକ୍ରମଣ କରୁଥିବା ମଧ୍ୟ ପାଲେଷ୍ଟାଇନ ଓ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି । ମାତ୍ର କୌଣସି ପରିସ୍ଥିତିରେ ଯୁଦ୍ଧ ରୋକିବାର ଅର୍ଥ ହମାସ ଆତଙ୍କୀ ଗୋଷ୍ଠୀ ନିକଟରେ ଆତ୍ମସମର୍ପଣ ବୋଲି ଇସ୍ରାଏଲ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.