ETV Bharat / international

ଥାଇଲ୍ୟାଣ୍ଡରେ ସିରିଜ ବୋମାମାଡ, 7 ଆହତ - ଥାଇଲ୍ୟାଣ୍ଡ ଆକ୍ରମଣ ଘଟଣା

ଦକ୍ଷିଣ ଥାଇଲ୍ୟାଣ୍ଡରେ ବୋମାମାଡ ଓ ଜଳାପୋଡା । 7 ଆହତ ହୋଇଥିବା ସୂଚନା । ହୋଇନି ପ୍ରାଣହାନୀ । ଗତ ରାତିରେ ଦକ୍ଷିଣ ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନରେ ଏହି ଆକ୍ରମଣ ଘଟିଥିବା ସେନାର ସୂଚନା । ବିଦ୍ରୋହୀ ଗୋଷ୍ଠୀଙ୍କ କାର୍ଯ୍ୟ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଥାଇଲ୍ୟାଣ୍ଡରେ ସିରିଜ ବୋମାମାଡ, 7 ଆହତ
ଥାଇଲ୍ୟାଣ୍ଡରେ ସିରିଜ ବୋମାମାଡ, 7 ଆହତ
author img

By

Published : Aug 17, 2022, 7:30 PM IST

ବ୍ୟାଂଙ୍କ (ଥାଇଲ୍ୟାଣ୍ଡ): ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଦକ୍ଷିଣ ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନକୁ ଏକକାଳୀନ ଟାର୍ଗେଟ କରି ବୋମାମାଡ କରାଯାଇଛି । ଏଥିରେ କେହି ପ୍ରାଣ ହରାଇନଥିବା ବେଳେ ପ୍ରାୟ 7 ଜଣ ଆହତ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରୀ ପରେ ଏହି ସିରିଜ ଆକ୍ରମଣ ଘଟିଥିବା ଥାଇଲ୍ୟାଣ୍ଡ ସେନା ସ୍ପଷ୍ଟ କରିଛି । ଏହି ଆକ୍ରମଣ ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ବାରା ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ବିଦ୍ରୋହୀ ଗୋଷ୍ଠୀ କିମ୍ବା ସଂଗଠନ ନିଜର ସମ୍ପୃକ୍ତି ସ୍ବୀକାର କରିନାହାନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶର ଦକ୍ଷିଣ ଭାଗରେ ଥିବା ସହରରେ ପ୍ରାୟ 17ଟି ସ୍ଥାନରେ ଏହି ଆକ୍ରମଣ ହୋଇଛି । ବିଶେଷ କରି ସପିଂମଲ ଓ ଗ୍ୟାସ ଷ୍ଟେସନକୁ ଟାର୍ଗେଟ କରିଛନ୍ତି ଆକ୍ରମଣକାରୀ । ରାତିରେ ଆକ୍ରମଣ ହୋଇଥିବାରୁ କେହି ପ୍ରାଣ ହରାଇ ନଥିବା ବେଳେ ମାତ୍ର 7ଜଣ ଆହତ ହୋଇଛନ୍ତି । 2004 ରୁ ଥାଇଲ୍ୟାଣ୍ଡରେ ବିଦ୍ରୋହ ଜାରି ରହିଛି । ଦେଶର 3 ପ୍ରଦେଶରେ ଜାରି ରହିଥିବା ଏହି ବିଦ୍ରୋହରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 7 ହଜାର ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ କୁହାଯାଏ ।

ବୌଦ୍ଧ ଧର୍ମାବଲମ୍ବୀ ରାଷ୍ଟ୍ର ଥାଇଲ୍ୟାଣ୍ଡରେ ଅଳ୍ପସଂଖ୍ୟକ ଭାବେ ଇସଲାମ ସମ୍ପ୍ରଦାୟର ଉପସ୍ଥିତି ମଧ୍ୟ ରହିଛି । କିନ୍ତୁ ସେମାନେ ଦେଶରେ ଉଚିତ ଗୁରୁତ୍ବ ନ ପାଇବା ସହ ଦ୍ବିତୀୟ ଶ୍ରେଣୀର ନାଗରିକ ପରି ଉପେକ୍ଷିତ ହେଉଥିବା ଅଭିଯୋଗ କରିଆସିଛି ଇସଲାମ ପକ୍ଷ । କିଛି ସ୍ଥାନରେ ସେମାନଙ୍କ ସଂଖ୍ୟାବହୁଳତା ଥିବା ଯୋଗୁ ସେମାନେ ଗତ 3 ଦଶନ୍ଧି ଧରି ଏପରି ବିଦ୍ରୋହ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.