ETV Bharat / international

ପେରୁ ବିମାନବନ୍ଦର ନିକଟରେ ସରକାରୀ ବିରୋଧୀ ପ୍ରତିବାଦ, ୧୩ ଜଣଙ୍କ ମୃତ୍ୟୁ - ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋ

ପେରୁରେ ତେଜିବାରେ ଲାଗିଛି ସରକାର ବିରୋଧରେ ନାରା । ପ୍ରାଥମିକ ନିର୍ବାଚନ ଏବଂ ଜେଲ୍‌ରେ ଥିବା ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କ ମୁକ୍ତି ଦାବିକୁ ନେଇ ଅଶାନ୍ତ ହେଉଛି ଦକ୍ଷିଣ ପେରୁ । ପେରୁର ଜୁଲିଆକା ବିମାନବନ୍ଦର ନିକଟରେ ଦେଖିବାକୁ ମିଳିଛି ପୁଣି ସରକାର ବିରୋଧି ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ଅଶାନ୍ତ ହେଉଛି ଦକ୍ଷିଣ ପେରୁ
ଅଶାନ୍ତ ହେଉଛି ଦକ୍ଷିଣ ପେରୁ
author img

By

Published : Jan 10, 2023, 10:20 AM IST

ପେରୁ: ଅଶାନ୍ତ ହେଉଛି ଦକ୍ଷିଣ ପେରୁ । ତେଜିବାରେ ଲାଗିଛି ସରକାରଙ୍କ ବିରୋଧରେ ନାରା । ପେରୁର ଜୁଲିଆକା ବିମାନବନ୍ଦର ନିକଟରେ ଦେଖିବାକୁ ମିଳିଛି ପୁଣି ସରକାର ବିରୋଧୀ ଆନ୍ଦୋଳନ । ଏହି ବିକ୍ଷୋଭ ପ୍ରଦର୍ଶନରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଦକ୍ଷିଣ ପେରୁର ଜୁଲିଆକା ବିମାନବନ୍ଦର ନିକଟରେ ସୁରକ୍ଷାକର୍ମୀ ଏବଂ ଆନ୍ଦୋଳକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଏପରି ଅଭାବନୀୟ ଘଟଣା ଘଟିଛି । ଜୁଲିଆକା ବିମାନ ବନ୍ଦର , ହିଂସାତ୍ମକ କାର୍ଯ୍ୟ ଏବଂ ସୁରକ୍ଷା ଅଭାବରୁ ବିମାନ ବନ୍ଦର ସେବା ସ୍ଥଗିତ ରହିଛି ।

ତେବେ ଡିସେମ୍ବର ମାସରୁ ଏପରି ସରକାରୀ ବିରୋଧୀ ସଂଘର୍ଷରରେ 31 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ପେରୁର ପ୍ରାଥମିକ ନିର୍ବାଚନ କରିବା ଏବଂ ଜେଲ୍‌ରେ ଥିବା ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କ(President Pedro Castillo) ମୁକ୍ତି ଦାବିରେ ସୋମବାର ଦିନ ଓମ୍ବୁଡ୍ୟୁସମ୍ୟାନ(ombudsman) କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡିସେମ୍ବର ମାସ ଆରମ୍ଭରେ କଂଗ୍ରେସ ବେଆଇନ ଭାବେ କାଷ୍ଟିଲୋଙ୍କୁ ହଟାଇବା ଏବଂ ଗିରଫ କରାଯିବା ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ଜନତା ।

କାଷ୍ଟିଲୋଙ୍କୁ ବିଦ୍ରୋହ ଅଭିଯୋଗରେ ୧୮ ମାସ ପ୍ରି-ଟ୍ରାଏଲ ବନ୍ଦୋବସ୍ତକୁ ଅସ୍ୱୀକାର କରିଛନ୍ତି ପ୍ରଦର୍ଶନକାରୀ । ଓମ୍ବୁଡ୍ୟୁସମ୍ୟାନଙ୍କ କାର୍ଯ୍ୟାଳୟ ଟ୍ୱିଟରରେ ଲେଖିଛନ୍ତି, “ଆମେ ଆଇନ ଏବଂ ଆଦେଶର ବଳଗୁଡିକୁ ଏକ ଆଇନଗତ, ଆବଶ୍ୟକୀୟ ଏବଂ ଆନୁପାତିକ ବ୍ୟବହାର କରିବା ପାଇଁ ଅନୁରୋଧ କରୁଛୁ ଏବଂ ସତ୍ୟପାଠକୁ ସ୍ପଷ୍ଟ କରିବା ପାଇଁ ରାଜ୍ୟ ଓକିଲଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରୁଛୁ । ପ୍ରାଥମିକ ନିର୍ବାଚନ ଏବଂ କାଷ୍ଟିଲୋଙ୍କ ମୁକ୍ତି ବ୍ୟତୀତ ବିକ୍ଷୋଭକାରୀମାନେ ନୂତନ ରାଷ୍ଟ୍ରପତି ଦିନା ବୋଲାର୍ଟଙ୍କ ଇସ୍ତଫା, କଂଗ୍ରେସ ବନ୍ଦ ଏବଂ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇଛନ୍ତି ।

କାଷ୍ଟିଲୋଙ୍କ ମୁକ୍ତି ଦାବିରେ ବିକ୍ଷୋଭକାରୀମାନେ ବିମାନ ବନ୍ଦରକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ପୋଲିସ ଆନ୍ଦୋଳନକାରୀମାନଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଏବଂ ଚିତ୍ର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ପେରୁର ପୁନୋ ଅଞ୍ଚଳର ଜୁଲିଆକାରେ ଥିବା ଇନକା ମାନକୋ କାପାକ ବିମାନବନ୍ଦର ବାହାରେ ପ୍ରଦର୍ଶନକାରୀମାନେ ପୋଲିସ ଟ୍ୟାଙ୍କ୍‌ରେ ନିଆଁ ଲଗାଇ ଦେଇଛନ୍ତି।ଡିସେମ୍ବରରେ ପେରୁରେ ତିନିଟି ବିମାନବନ୍ଦରକୁ ଅସ୍ଥାୟୀ ବନ୍ଦ କରିବାକୁ ବିକ୍ଷୋଭକାରୀମାନେ ବାଧ୍ୟ କରିଥିଲେ ।

ପେରୁରେ ଥିବା ଖବରକାଗଜ ଅନୁଯାୟୀ ଗତ ଶୁକ୍ରବାର ଦିନ ମଧ୍ୟ ସୁରକ୍ଷା ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ସଂଘର୍ଷରେ ତିନିଜଣ ଅଧିକାରୀ ଆହତ ହୋଇ ଚିକିତ୍ସା ପାଇଁ ରାଜଧାନୀ ଲିମାସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଶନିବାର ପୋଲିସ ସୂଚନା ଦେଇଛି । ବୁଧବାର ପୁଣିଥରେ ବିରୋଧ ଆରମ୍ଭ ହେବା ପରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.