ETV Bharat / international

ତାଇଓ୍ବାନ ଗସ୍ତରେ ଆଉ ଏକ ଆମେରିକୀୟ ପ୍ରତିନିଧି ଟିମ - ତାଇଓ୍ବାନ ବିବାଦ

କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି ତାଇଓ୍ବାନ ଗସ୍ତରେ ଆମେରିକୀୟ ପ୍ରତିନିଧି ମଣ୍ଡଳୀ । ବିଭିନ୍ନ ପ୍ରସଙ୍ଗରେ ତାଇଓ୍ବାନ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା । କ୍ଷୁବ୍ଧ ଡ୍ରାଗନ । ଅଧିକ ପଢନ୍ତୁ

ତାଇଓ୍ବାନ ପୁଣି ଏକ ଆମେରିକୀୟ ଟିମ, ବିଭିନ୍ନ ପ୍ରସଙ୍ଗରେ କଲା ଆଲୋଚନା

author img

By

Published : Aug 14, 2022, 8:42 PM IST

ତାଇପେଇ: ଚୀନ-ତାଇଓ୍ବାନ ବିବାଦ ମଧ୍ୟରେ ଆମେରିକାର ଭୂମିକା ଡ୍ରାଗନକୁ ଆହୁରି ପ୍ରତିକ୍ରିୟାଶୀଳ କରିବାରେ ଲାଗିଛି । ଗତ ମାସରେ ଆମେରିକୀୟ ସ୍ପିକର ନାନ୍ସିି ପେଲୋସି ତାଇଓ୍ବାନ ଗସ୍ତ ସାରି ଫେରିବା ପରେ ବିବାଦ ବଢିଥିବାବେଳେ, ଏବେ ପୁଣି ଆଉ ଏକ ଆମେରିକୀୟ ପ୍ରତିନିଧି ମଣ୍ଡଳୀ ତାଇଓ୍ବାନ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଆମେରିକୀୟ ଦଳର ନେତୃତ୍ବ ନେଉଛନ୍ତି ଆମେରିକୀୟ ସିନେଟର ମର୍କି (Senator Markey) । ଏହି ଆମେରିକୀୟ ପ୍ରତିନିଧି ଟିମ ତାଇଓ୍ବାନ କର୍ତ୍ତୃପକ୍ଷଙ୍କ ସହ ବର୍ତ୍ତମାନର ଉତ୍ତେଜନାମୂଳକ ସ୍ଥିତି ସହ ଏକାଧିକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି ।

ତାଇଓ୍ବାନ ଜଳ ସୀମାରେ ପ୍ରବେଶ କରି ଚୀନର ପ୍ରଚଣ୍ଡ ଯୁଦ୍ଧାଭ୍ୟାସ ମଧ୍ୟରେ ଆଞ୍ଚଳିକ ସୁରକ୍ଷା, ବାଣିଜ୍ୟ, ନିବେଶ ଓ ବିଶ୍ବ ଯୋଗାଣ ଶୃଙ୍ଖଳା ଆଦି ଉପରେ ଏହି ଟିମ ତାଇଓ୍ବାନ କର୍ତ୍ତୃପକ୍ଷଙ୍କ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଆମେରିକୀୟ ପ୍ରତିନିଧି ମଣ୍ଡଳୀରେ ସିନେଟର ଏଡ୍ ମାର୍କି (Ed Markey) ପ୍ରତିନିଧୀ ଜନ୍ ଗାରାମେଣ୍ଡି, ଆଲାନ୍ ଲୋଏଣ୍ଟାଲ୍, ଡନ୍ ବେର ଏବଂ ଅମୁଆ ଅମାଟା କୋଲେମାନ ରେଡୱେଗେନ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଚୀନ-ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ବିବାଦ କ୍ରମଶଃ ଭୀଷଣ ରୂପ ନେବାରେ ଲାଗିଛି । ଚୀନର ଆକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥଳେ ଉତ୍ତେଜନା ଆରମ୍ଭରୁ ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରିବା ସହ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ । ଆମେରିକୀୟ ପ୍ରତିନିଧିଙ୍କ ଗସ୍ତ ପରେ ଅଧିକ ଉତ୍ତେଜିତ ହୋଇଥିବା ଡ୍ରାଗନ । ଦ୍ବୀପରାଷ୍ଟ୍ର ତାଇଓ୍ବାନର ଜଳସୀମାରେ ପ୍ରବେଶ କରିବା ସହ ଯୁଦ୍ଧାଭ୍ୟାସ ଜାରି ରଖିଛି । ଏକାଧିକ ମିସାଇଲ ମଧ୍ୟ ଲଞ୍ଚ କରିସାରିଛି । ତାଇଓ୍ବାନ ମଧ୍ୟ ମୁକାବିଲା କରିବା ପାଇଁ ନିଜ ଡିଫେନ୍ସ ସିଷ୍ଟମ ଆକ୍ଟିଭ କରିବା ସହ ବିଶ୍ବ ସମୂଦାୟ ଠାରୁ ସହଯୋଗ ଲୋଡି ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.