ETV Bharat / international

ମଝି ଆକାଶରେ ଉଡିଗଲା ବିମାନ କବାଟ, ଜରୁରୀ ଅବତରଣ କଲା ଅଲାସ୍କା ଏୟାରଲାଇନ୍ସ

author img

By ETV Bharat Odisha Team

Published : Jan 6, 2024, 2:14 PM IST

Alaska Airlines Emergency Landing: ଉଡାଣ ଭରିବାର କିଛି ସମୟ ପରେ ଉଡିଗଲା ବିମାନ କବାଟ । ଜରୁରୀ ଅବତରଣ କରିଲା ଅଲାସ୍କା ଏୟାରଲାଇନ୍ସ ବିମାନ । ଅଧିକ ପଢନ୍ତୁ

Alaska Airlines Emergency Landing
Alaska Airlines Emergency Landing

ପୋର୍ଟଲ୍ୟାଣ୍ଡ: ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ ଆଡକୁ ଉଡାଣ ଭରିଥିଲା ବିମାନ । ହେଲେ ହଠାତ୍ ମଝି ଆକାଶରେ ଉଡିଗଲା ବିମାନର ଝରକା, ଭାଙ୍ଗିଗଲା କବାଟ । ଫଳରେ ଜରୁରୀ ଅବତରଣ କରିଲା ଅଲାସ୍କା ଏୟାରଲାଇନ୍ସ ବିମାନ । ତେବେ ବିମାନରେ 174 ଜଣ ଯାତ୍ରୀଙ୍କ ସମେତ 6 ଜଣ କ୍‌ରୁ ମେମ୍ବର ରହିଥିବା ବେଳେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ । ବିମାନର ଝରକା, କବାଟ ଉଡିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଉକ୍ତ ବିମାନ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ।

ଏହି ଘଟଣାକୁ ନେଇ ଅଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, "ଗୁରୁବାର ଦିନ ଓରେଗନ ପୋର୍ଟଲ୍ୟାଣ୍ଡରୁ କାର୍ଲିଫର୍ଣ୍ଣିଆର ଓଣ୍ଟାରିଓ ଅଭିମୁଖେ ଉଡାଣ ଭରିଥିଲା ୧୨୮୨ ଅଲସ୍କା ଏୟାରଲାଇନ୍ସ ବିମାନ । ଅପରାହ୍ନ 4ଟା 52 ମିନିଟରେ ଉଡାଣ ଭରିଥିବା ବେଳେ 5ଟା 30 ମିନିଟରେ ଜରୁରୀ ଅବତରଣ କରିଥିଲା । ତେବେ ଉଡାଣ ଭରିବାର ମାତ୍ର କିଛି ସମୟ ପରେ ହିଁ ବିମାନରେ ଏଭଳି ଅଘଟଣ ଦେଖାଯାଇଥିଲା । ଉକ୍ତ ବିମାନରେ 174 ଜଣ ଯାତ୍ରୀଙ୍କ ସହିତ 6 ଜଣ କ୍ରୁ ସଦସ୍ୟ ରହିଥିଲେ । କିନ୍ତୁ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ସଙ୍ଗେ ସଙ୍ଗେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଲାସ୍କା ଏୟାରଲାଇନ୍ସକୁ ଜରୁରୀ ଅବତରଣ କରାଯାଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଛି। "

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ, ବାରଣାସୀରେ ସ୍ପାଇସଜେଟ ବିମାନର ଜରୁରୀ ଅବତରଣ

ଅନ୍ୟପଟେ ବିମାନ ତିଆରି କରିଥିବା କମ୍ପାନୀ ବୋଇଂ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, "ଅଲସ୍କା ଏୟାରଲାଇନ୍ସ ବିମାନ #AS୧୨୮୨ ରେ ତ୍ରୁଟି ନେଇ ଆମେ ଅବଗତ ଅଛୁ । ଆମେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ । ବୋଇଂ ଟିମ ମଧ୍ୟ ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ପ୍ଲାଇଟ ଟ୍ରାକିଂ ଓ୍ବେବସାଇଟ ଫ୍ଲାଇଟ୍ୱେୟାରର ତଥ୍ୟ ଅନୁସାର, ଉଡାଣ ଭରିବା ସମୟରେ ବିମାନଟି 16 ହଜାର ଫୁଟ ଉପରେ ରହିଥିଲା । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିମାନର ମଝିରେ ଏକ ଝରକା ଭାଙ୍ଗି ଉଡି ଯାଇଥିବା ଦେଖାଯାଇଛି । କାଟୁ ଟିଭି ପକ୍ଷରୁ ମଧ୍ୟ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । ଭିଡିଓରେ ବିମାନର ମିଡ କ୍ୟାବିନ ଡୋର ସମ୍ପୂର୍ଣ୍ଣ ଉଡି ଯାଇଥିବା ଦେଖାଯାଇଛି । ଡୋର ଉଡିଯିବା କାରଣରୁ ଯାତ୍ରୀମାନେ ଭୟଭୀତ ହୋଇଥିବା ଭିଡିଓରୁ ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.