ETV Bharat / international

ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ

author img

By

Published : Aug 2, 2022, 8:08 AM IST

Updated : Aug 2, 2022, 10:27 AM IST

ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ । ରବିବାର ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ୍ କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ
ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ

ୱାଶିିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ମୁଖ୍ୟ ନିହତ । ରବିବାର ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ୍ କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଥିବା ସୂଚନା । ଆଫଗାନିସ୍ଥାନର କାବୁଲ୍‌ରେ ଆମେରିକା କରିଥିବା ଡ୍ରୋନ୍ ଆକ୍ରମଣରେ ଜଓ୍ୱାହିରିର ମୃତ୍ୟୁ ହୋଇଛି । ଜଓ୍ୱାହିରିର ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଜଓ୍ୱାହିରିର ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି ଏବେ ନ୍ୟାୟ ମିଳିଛି । 9/11ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମାଷ୍ଟରମାଇଣ୍ଡ ଥିଲା ଅଲ୍ ଜଓ୍ୱାହିରି । ସେହି ଆକ୍ରମଣରେ 2 ହଜାର 977 ଜଣଙ୍କର ମୃତ୍ୟୁ ହୋଇଥିଲା । 21 ବର୍ଷ ଧରି ଜଓ୍ୱାହିରିକୁ ଖୋଜୁଥିଲା ଆମେରିକା । ବର୍ଷେ ହେବ କାବୁଲରେ ଲୁଚି ରହିଥିଲା ଜଓ୍ୱାହିରି ।

ବାଇଡେନ ଆହୁରି କହିଛନ୍ତି, ଯେତେ ସମୟ ଲାଗୁ ନା କାହିଁକି, କେଉଁଠାରେ ଲୁଚି ରହିଲେ ବି ସେ ଆମ ଲୋକଙ୍କ ପାଇଁ ବିପଦ ଥିଲା । 21 ବର୍ଷ ପରେ ଆମେରିକା ଜଓ୍ୱାହିରିକୁ ଖୋଜି ପାଇବାରେ ସଫଳ ହୋଇଛି । ଦେଶକୁ ରକ୍ଷା କରିବା ପାଇଁ ଆମେ କଦାପି ପଛଘୁଞ୍ଚା ଦେବୁ ନାହିଁ । ଅକ୍ଟୋବର 2000ରେ ୟୁଏସଏସରେ ଆତ୍ମଘାତୀ ବିସ୍ଫୋରଣ ସମେତ ଜଓ୍ୱାହିରି ଅନ୍ୟ ହିଂସାକାଣ୍ଡ ଘଟାଇବା ନେଇ ମଧ୍ୟ ଯୋଜନା କରୁଥିବା କହିଛନ୍ତି ବାଇଡେନ ।

ଅଲ-ଜାୱାହିରୀଙ୍କ ମୁଣ୍ଡ ଉପରେ ୨୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା। ୨୦୧୧ମସିହାରେ ପାକିସ୍ତାନରେ ଓସାମା ବିନ୍ ଲାଦେନଙ୍କ ହତ୍ୟା ପରେ ଜାୱାହିରୀ ଅଲ-କାଏଦାକୁ ପରିଚାଳନା କରୁଥିଲେ। ସେବେଠୁ ସେ ଆମେରିକା ଆଖିରେ ଧୁଳି ଦେଇ ଆସୁଥିବା ବେଳେ ଦୀର୍ଘ ବର୍ଷ ପରେ ଆମେରିକା ଡ୍ରୋନ ଷ୍ଟ୍ରାଇକରେ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛି ।

୧୧ ବର୍ଷ ବୟସରୁ ଅଲ-ଜାୱାହିରୀ ଅଲ୍‌-କାଏଦାର ସକ୍ରିୟ ସଦସ୍ୟ ପାଲଟିଥିଲେ। ଏହାବାଦ ସେ ଲାଡେନର ବ୍ୟକ୍ତିଗତ ଫିଜିସିଆନ ବି ଥିଲେ। ଆମେରିକା ଉପରେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ହୋଇଥିବା ଆକ୍ରମଣରେ ସେ ଜଣେ ମାଷ୍ଟରମାଇଣ୍ଡ ଥିଲେ। ସେହି ଆତଙ୍କବାଦୀ ଘଟଣାରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ, ଯାହାକି ସମଗ୍ର ବିଶ୍ୱବାସୀଙ୍କୁ ଥରାଇ ଦେଇଥିଲା।

Last Updated : Aug 2, 2022, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.