ETV Bharat / international

ବିଷ ବଳୟରେରେ ଥାଇଲ୍ୟାଣ୍ଡ, ୨ ଲକ୍ଷରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି

ଥାଇଲ୍ୟାଣ୍ଡ ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ଦେଶରେ ବଢୁଛି ବାୟୁ ପ୍ରଦୂଷଣ ମାରାତ୍ମକ pm2.5 କଣିକାର ସ୍ଥର । ବର୍ଷ ଆରମ୍ଭରୁ ଏପର୍ଯ୍ଯନ୍ତ ଦେଶରେ ୧.୩ ମିଲିୟନରୁ ଆଧିକ ଲୋକଙ୍କ ବିଗିଡିଛି ସ୍ବାସ୍ଥ୍ୟାବସ୍ଥା । ଅଧିକ ପଢ଼ନ୍ତୁ

author img

By

Published : Mar 12, 2023, 9:07 PM IST

ଥାଇଲ୍ୟାଣ୍ଡରେ ବଢୁଛି ବାୟୁ ପ୍ରଦୂଷଣ
ଥାଇଲ୍ୟାଣ୍ଡରେ ବଢୁଛି ବାୟୁ ପ୍ରଦୂଷଣ

ହାଇଦ୍ରାବାଦ: ବିଷ ବଳୟରେ ମଧ୍ୟରେ ଥାଇଲ୍ୟାଣ୍ଡ । ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଶ୍ବାସୀ ହେବାରେ ଲାଗିଛନ୍ତି ସାଧାରଣ ଜନତା । ଦିନରେ ବି ଦେଖାଯାଉନି ରାସ୍ତା । ଆକାଶରେ ଘନ କୁହିଡିର ଏକ ଆସ୍ତରଣ ଦେଖିବାକୁ ମିଳିଛି । ବିଷାକ୍ତ ପବନ କରଣରୁ ଗୋଟିଏ ସପ୍ତାହ ମଧ୍ୟରେ ଦେଶର ପ୍ରାୟ ୨ ଲକ୍ଷ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବାୟୁ ପ୍ରଦୂଷଣ କାରଣରୁ ବର୍ଷ ଆରମ୍ଭରୁ ଏପର୍ଯ୍ଯନ୍ତ ଦେଶରେ ୧.୩ ମିଲିୟନରୁ ଆଧିକ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି । ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି । ଏହା ଯୋଗୁଁ ଆକାଶରେ କୁହୁଡ଼ି ସଦୃଶ ଏକ ଧୂଳି ଧୂଆଁର ଆସ୍ତରଣ ବ୍ୟାପିବାରେ ଲାଗିଛି । ଲୋକମାନେ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ସହ ରୋଡରେ ଯାତାୟାତ ମଧ୍ୟ ବ୍ୟାହିତ ହୋଇଛି । ରାସ୍ତା ଦେଖା ନଯିବା କାରଣରୁ ବିମାନ, ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଯାହା ଫଳରେ ସାଧାରଣ ଲୋକଙ୍କୁ ଆନେକ ଆସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ପ୍ରାୟ ୧୧ ନିୟୁତ ଜନସଂଖ୍ୟା ବିଶିଷ୍ଠ ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ସାଜିଛି । ତେବେ ଏହା ବିଶ୍ୱର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହେଉଥିବା ବେଳ ଦେଶର ସ୍ଥିତିକୁ ନଜରେ ରଖି ପର୍ଯ୍ୟଟନ ଉପରେ ରୋକ୍ ଲଗାଇଛନ୍ତି ସରକାର । କିନ୍ତୁ ଯାନବାହାନରୁ ନିଷ୍କାସିତ ଧୂଆଁ, ଶିଳ୍ପରୁ ନିର୍ଗମନ ପ୍ରଦୂଷିତ ଧୂଆଁ ଥାଇଲ୍ୟାଣ୍ଡର ଜଳବାୟୁକୁ ବିଷାକ୍ତ କରି ଘୋଡାଇ ରଖିଛି । ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ଷ ଆରମ୍ଭରୁ ବାୟୁ ପ୍ରଦୂଷଣ ଯୋଗୁ ୧.୩ ମିଲିୟନରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।

ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡାକ୍ତର କ୍ରିଆଙ୍ଗକ୍ରାଇ ନାମଥାଇସଙ୍ଗ ଶିଶୁ ଏବଂ ଗର୍ଭବତୀମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ବାହାରକୁ ଯାଉଥିବା ବ୍ୟକ୍ତି ଉଚ୍ଚମାନର ଏନ-୯୫ ପ୍ରଦୂଷଣ ବିରୋଧୀ ମାସ୍କ ପିନ୍ଧିବା ଉଚିତ । ଜାନୁଆରୀ ଶେଷ ତଥା ଫେବୃଆରୀ ପ୍ରାରମ୍ଭରେ ବାୟୁ ପ୍ରଦୂଷଣର ଖରାପ ସ୍ତର ଯୋଗୁଁ ବିଭିନ୍ନ କମ୍ପାନୀ ଅଧିକାରୀମାନଙ୍କୁ ଲୋକଙ୍କୁ ଓ୍ବାର୍କ ଫର୍ ହୋମ୍‌ କରିବାକୁ ଅନୁରୋଧ କରିଛନ୍ତି ।

ଜନସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ୫୦ଟି ଜିଲ୍ଲାରେ ସବୁଠାରୁ ମାରାତ୍ମକ pm2.5 କଣିକାର ସ୍ଥର । ତେଣୁ ଏହି ଜିଲ୍ଲାକୁ ରେଡ ୱାର୍ଣ୍ଣ ଦିଆଯାଇଛି । ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଥାଇଲ୍ୟାଣ୍ଡର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛି । ତେବେ ବିଭିନ୍ନ ରାଜ୍ୟରେ ନଡା ଜଳେଇବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେବାର ପ୍ରମ୍ମୁଖ କରାଣ ବୋଲି କୁହାଯାଉଛି । iqair ଫାର୍ମ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଥାଇଲ୍ୟାଣ୍ଡର ଚିଆଙ୍ଗ ସହର ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ତିନି ନମ୍ବରରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.