ETV Bharat / international

ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ-ସିରିଆ, ତୀବ୍ରତା 7.5 ମ୍ୟାଗ୍ନିଚ୍ୟୁଡ - ତୁର୍କୀ ଭୂକମ୍ପ ଉଦ୍ଧାର କାର୍ଯ୍ୟ

ମାତ୍ର 24 ଘଣ୍ଟା ମଧ୍ୟରେ ପୁଣି ଭୂକମ୍ପରେ ଥରିଲା ତୁର୍କୀ ଓ ସିରିଆ । ଫିନଲ୍ୟାଣ୍ଡରେ ମଧ୍ୟ ପ୍ରଭାବ ଅନୁଭୂତ । ଅପରାହ୍ନରେ 7.5 ମ୍ୟାଗ୍ନିଚ୍ୟୁଡ ତୀବ୍ରତାର ଭୂକମ୍ପ । ସ୍ଥିତି ଅତି ଗମ୍ଭୀର । ଭାରତ ପଠାଇଛି ଏନଡିଆରଏଫ ଓ ମେଡିକାଲ ଟିମ । ଅଧିକ ପଢନ୍ତୁ

ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ-ସିରିଆ

author img

By

Published : Feb 6, 2023, 6:26 PM IST

ଇସ୍ତାନବୁଲ: ତୁର୍କୀରେ ଆଜି ସକାଳେ ହୋଇଥିବା ଭୟଙ୍କର ଭୂକମ୍ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅପରାହ୍ନରେ ପୁଣି ଏକ ଭୂକମ୍ପର ଝଟକା ଲାଗିଛି । ଅପରାହ୍ନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ମଧ୍ୟ 7.5 ମ୍ୟାଗ୍ନିଚ୍ୟୁଡ ରହିଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରେ ହୋଇଥିବା ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 13 ଶହ ଅତିକ୍ରମ କଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍‌ ଅପରେସନ ଜାରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ଯଥେଷ୍ଟ ରହିଛି ।

ଅପରାହ୍ନରେ ହୋଇଥିବା ଭୂକମ୍ପ ତୁର୍କୀ ସମେତ ସିରିଆ ଓ ଫିନଲ୍ୟାଣ୍ଡର ମଧ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଛି । ତୁର୍କୀରେ ମାତ୍ର 24ଘଣ୍ଟା ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଛି । ପ୍ରଥମ ଭୂକମ୍ପରେ ଉଦ୍ଧାର ଅପରେସନ ଜାରି ରହିଥିଲା ବେଳେ ଦ୍ବିତୀୟର କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନି । ପ୍ରଥମର ତୀବ୍ରତା 7.8 ମ୍ୟାଗ୍ନିଚ୍ୟୁଡ ରହିଥିଲା । ସେହିପରି ଦ୍ବିତୀୟର ତୀବ୍ରତା 7.5 ରେକର୍ଡ କରାଯାଇଛି । ଆମେରିକାର ଜିଓଲୋଜିକାଲ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ଭୂକମ୍ପର ଉତ୍ପତିସ୍ଥଳ ତୁର୍କୀର ଗାଜିଆନବାଦର ସହରରୁ 33 କି.ମି ଦୂରରେ ରହଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ 18 କି.ମି ବା 11 ମାଇଲ ଗଭୀରରେ ରହିଛି ।

ଏବେ ଦ୍ବିତୀୟ ଭୂକମ୍ପ ପରେ ଇଟାଲୀ ସମେତ ପୂର୍ବ-ୟୁରୋପ ଉପକୂଳରେ ସୁନାମିର ଆଶଙ୍କା ମଧ୍ୟ ବଢିଛି । ପୂର୍ବରୁ ଜାରି ସୁନାମି ହାଇଆଲର୍ଟ ବଳବତ୍ତର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ତୁର୍କୀରେ ପ୍ରାୟ 16 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ସେହିପରି ସିରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟା ପ୍ରାୟ 4 ଶହ ଟପିଛି ।

ଉଦ୍ଧାର ଅପରେସନ ଜାରି ରହିଥିବା ବେଳେ ଦ୍ବିତୀୟ ଭୂକମ୍ପ ଫଳରେ ରେସ୍କ୍ୟୁ ଅପରେସନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତାଘାଟ କୋଠାର ଭଗ୍ନାବଶେଷରେ ଭରି ରହିଛି । ଯାତାୟତ ଓ ଟେଲି ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ଏବେ ଆହ୍ବାନରେ ପରିଣତ ହୋଇଛି । ଭାରତ ସମେତ ଅନ୍ୟ କିଛି ଦେଶ ତୁର୍କୀକୁ ଉଦ୍ଧାରକାରୀ ଟିମ ସହ ମେଡିକାଲ ସହାୟତା ପଠାଇଛନ୍ତି । ଭାରତରୁ ଏନଡିଆରଏଫର ଦୁଇଟି ଟିମ୍‌ ଓ ଆବଶ୍ୟକ ଜରୁରୀ ସାମଗ୍ରୀ ସହ ମେଡିକାଲ ଟିମ୍‌ ତୁର୍କୀ ଅଭିମୁଖେ ଗସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.