ETV Bharat / international

ଇସ୍ରାଇଲ ହମାସ ଯୁଦ୍ଧ ମଧ୍ୟରେ ଆମେରିକାରେ ବର୍ବରତା, 6 ବର୍ଷୀୟ ଶିଶୁକୁ ନିର୍ମମ ହତ୍ୟା - ଆମେରିକାରେ ହାଇ ଆଲର୍ଟ

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଆମେରିକାରେ ବର୍ବରତା । 6 ବର୍ଷୀୟ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା । ପାଲେଷ୍ଟାଇନ ବଂଶୋଦ୍ଭବ ହୋଇଥିବାରୁ ହତ୍ୟା କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଇସ୍ରାଇଲ ହମାସ ଯୁଦ୍ଧ ମଧ୍ୟରେ ଆମେରିକାରେ ବର୍ବରତା, 6 ବର୍ଷିୟ ଶିଶୁକୁ ନିର୍ମମ ହତ୍ୟା

author img

By ETV Bharat Odisha Team

Published : Oct 16, 2023, 12:11 PM IST

ଓ୍ବାସିଂଟନ: ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଛି । ଜଣେ 6 ବର୍ଷୀୟ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଶିଶୁର ମାଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି । ଅନ୍ୟପଟେ ଏହି ମାମଲାର ଜଣେ 71 ବର୍ଷିୟ ବୃଦ୍ଧା ଗିରଫ ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ କରି ଆମେରିକା ପୋଲିସ ଟିମ୍‌ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିପାରନ୍ତି ଜୋ ବାଇଡେନ

ପୋଲିସ ସୂଚନା ଅନୁଯାୟୀ, ଶନିବାର ଦିନ ଜଣେ ମହିଳା ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଫୋନ୍‌ ଯୋଗେ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆମେରିକା ଦକ୍ଷିଣ-ପଶ୍ଚିମ ଚିକାଗୋଠାରୁ ପାଖାପାଖି 65 କିଲୋମିଟର ଦୂରରେ ଜଣେ 6 ବର୍ଷୀୟ ଶିଶୁ ଓ 32ବର୍ଷୀୟ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରିଥିଲା। ଏହାପରେ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ବେଳେ ମହିଳା ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ତେବେ ଶିଶୁଟି ଦେହରେ ପାଖାପାଖି 26ଟି ଛୁରୀ ଭୁସାଯାଇଥିବା ଦାଗ ରହିଛି । ମହିଳା ଓ ଶିଶୁଜଣକ ସମ୍ପର୍କରେ ମା ଓ ପୁଅ ଅଟନ୍ତି ।

ପୋଲିସ ଆଉ ମଧ୍ୟ କହିଛି, "ଅଭିଯୁକ୍ତ ଘର ମାଲିକ ଜୋସେଫ୍‌ କଜୁବା ନିଜ ଘରର ଏକ କୋଣରେ ବସି ରହିଥିଲା । ତା ମୁଣ୍ଡରେ ବି ଆଘାତ ଚିହ୍ନ ରହିଥିଲା । ତେବେ ଅଭିଯୁକ୍ତ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜ୍ଜୁ କରାଯାଇ ତାକୁ ଗିରଫ କରାଯାଇଛି । କୋର୍ଟ ଚାଲାଣ ପରେ ସେ ଜେଲ୍‌ରେ ରହିଛି । ମାମଲାର ତଦନ୍ତ ଜାରି ରହିଛି ।"

ଏହାମଧ୍ୟ ପଢନ୍ତୁ..Israel-Gaza War: ଇସ୍ରାଏଲକୁ ଇରାନର କଡା ଧମକ, ଆକ୍ରମଣ ବନ୍ଦ ନ କଲେ ଅନ୍ୟ ଦିଗରୁ ମୁଣ୍ଡ ଟେକିବ ଯୁଦ୍ଧ !

ତେବେ ମହିଳା ଓ ଶିଶୁ ଜଣକ ପାଲେଷ୍ଟାଇନ ବଂଶୋଦ୍ଭବ ହୋଇଥିବା ସୂଚନା ରହିଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସାମ୍ପ୍ରଦାୟିକ ହିଂସାରୁ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି । ସେମାନେ ରହୁଥିବା ଘରର ମାଲିକ ହିଁ ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି ।

ତେବେ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ 2 ଦେଶ ନୁହେଁ ବଂର ସାରା ଦେଶରେ ଦେଖିବାକୁ ମିଳିଛି । ଯୁଦ୍ଧ 2 ମଧ୍ୟରେ ନୁହେଁ ବରଂ ଯେପରି ଇସଲାମ ଓ ଅଣଇସଲାମ ମଧ୍ୟରେ ହେଉଥିବା ଭଳି ପ୍ରତୀୟମାନ ହେଉଛି । ମୁସଲିମ ଦେଶ ସମେତ ଅନ୍ୟ ରାଷ୍ଟ୍ରମାନଙ୍କରେ ଥିବା ମୁସଲିମ ସମ୍ପ୍ରଦାୟ ମଧ୍ୟ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲ- ପାଲେଷ୍ଟାଇନ୍‌ ଯୁଦ୍ଧ ମଧ୍ୟରେ ଅନ୍ୟ ଦେଶଗୁଡ଼ିକରେ ସାମ୍ପ୍ରଦାୟିକ ହିଂସା ବୃ୍ଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନେକ ଦେଶରେ ହାଇଆଲର୍ଟ ବି ଜାରି କରାଯାଇଛି । ଆମେରିକାରେ ମଧ୍ୟ ଏନେଇ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ହାଇଆଲର୍ଟ ମଧ୍ୟରେ ଏଭଳି ଆକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.