ହାଇଦ୍ରାବାଦ: ଆଜି କାଲିର ଦୁନିଆରେ ସୁନ୍ଦର ଦେଖାଯିବା କାହାକୁ ବା ପସନ୍ଦ ନୁହେଁ । ଏଥିପାଇଁ ମଣିଷ କେତେ ଯେ ବିଭିନ୍ନ ପ୍ରକାରର କାର୍ଯ୍ୟକରୁଛି ତାହାର ହିସାବ ନାହିଁ । ସୁସ୍ଥ ରହିବା, ଫିଟ୍ ରହିବା, ନିଜ ବୟସଠାରୁ କମ ଦେଖାଯିବା ପାଇଁ ମଣିଷ ଜିମ୍ଠାରୁ ଅରମ୍ଭ କରି ଡାଏଟ ପର୍ଯ୍ୟନ୍ତ ସବୁ କରୁଛି । ଶରୀରକୁ ଯବାନ ରଖିବା ପାଇଁ କେତେ ଯେ କଷ୍ଟର ସମ୍ମୁଖିନ ହେଉଛନ୍ତି । ନିଜକୁ ମେଣ୍ଟନ୍ କରୁବା ପାଇଁ ନିଜ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରିବା ସହ ହେଲଦି ଡାଏଟ ସହ ନିଜ ପ୍ରିୟ ଖାଦ୍ୟକୁ ମଧ୍ୟ ତ୍ୟାଗ କରୁଥିବା ଆପଣ ଦେଖିଥିବେ ।
ମଣିଷ ନିଜକୁ ସୁନ୍ଦର ରଖି ପାରିବ ଯାହା ଫଳରେ ତାର ବୟସ କମ୍ ଦେଖାଯିବ । ମାତ୍ର ସେ ତାର ପ୍ରକୃତ ବୟସକୁ ବଦଳାଇ ପାରିବ ନାହିଁ କି ତାର ବୟସକୁ ପଛକୁ ଫେରାଇ ନେଇ ପାରିବ ନାହିଁ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି, ଏକ ସଫ୍ଟୱେୟାର କମ୍ପାନୀର ମାଲିକ ନିଜ ବୟସକୁ କମାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ବ୍ରାଏନ୍ ଜନସନ ନାମମକ ଏହି ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ସେ ମଣିଷ ଶରୀରର ହରମୋନ ଏବଂ ଡିଏନ୍ଏରେ ପରିବର୍ତ୍ତନ କରି ପ୍ରକୃତ ବୟସଠାରୁ ୫.୧ ବର୍ଷ କମାଇବା ସମ୍ଭବ । ଜନସନ ଏହାକୁ ନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛନ୍ତି । ଜନସନ ତାଙ୍କ ପ୍ରୋଜେକ୍ଟ ମାଧ୍ୟମରେ ପୁନ ୧୮ ବର୍ଷ ବୟସ୍କ ଭଳି ଅଙ୍ଗ ଏବଂ ସ୍ୱାସ୍ଥ୍ୟ ହାସଲ କରିବେ ବୋଲି ଦାବି କରିଛନ୍ତି ।
ଜନସନଙ୍କର ଏହି ପ୍ରୋଜେକ୍ଟରେ ୩୦ ବିଶେଷଜ୍ଞ ଡାକ୍ତରୀ ଅଛନ୍ତି । ଯେଉଁମାନେ ତାଙ୍କ ଶରୀରର ଉପରେ ନଜର ରଖିଛନ୍ତି ଏବଂ ଜନ୍ସନ୍ଙ୍କ ପ୍ରତ୍ୟେକ ଅଙ୍ଗରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ରିଭର୍ସ କରିବା ପାଇଁ ବିଭନ୍ନ ଏକ୍ସପେରିମେଣ୍ଟ କରୁଥିବା ବ୍ଲୁମବର୍ଗର ଏକ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟରେ ପ୍ରକାଶ ତଥ୍ୟ ଅନୁଯାୟୀ କର୍ଣ୍ଣେଲକୋର ସିଇଓ ବ୍ରାଇନ୍ ଜଣେ ୧୮ ବର୍ଷ ବୟସ୍କଙ୍କ ଶରୀର ପାଇବାକୁ ଇଚ୍ଛା କରିଥିଲେ । ଏହି କାର୍ଯ୍ୟ ପାଇଁ ସେ ୨ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥିବା କହିଛନ୍ତି ଜନସନ ।
କର୍ଣ୍ଣଲକୋ ହେଉଛି ଏକ ଟେକ୍ନୋଲୋଜି କମ୍ପାନୀ ଯାହା ବ୍ରେନ୍-ମେସିନ୍ ଇଣ୍ଟରଫେସ୍ ସୃଷ୍ଟି କରେ । ଏହା ଏକ ବ୍ୟକ୍ତିଗତ ଭାବରେ ପରିଚାଳିତ କମ୍ପାନୀ ଏବଂ ଏହା ୨୦୧୬ରେ ପ୍ରତିଷ୍ଠା ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ ଜନ୍ସନ୍ ଏକ କଠୋର ଡାଏଟ୍ ପ୍ଲାନ୍ ଫଲୋ କରନ୍ତି । ସେ ତାଙ୍କର ଦୈନିକ ଡାଏଟ ପ୍ଲାନରେ ଭେଗାନ ଖାଦ୍ୟ ଖାଇଥାନ୍ତି । ସେ ସକାଳ 5ଟାରୁ ଦୁଇ ଡଜନ ସପ୍ଲିମେଣ୍ଟ ଏବଂ କ୍ରିଏଟିନ୍ ଏବଂ କୋଲାଜେନ୍ ପେପ୍ଟାଇଡ୍ ସହିତ ଗ୍ରୀନ୍ ଜୁସ ପିଇ ଥାନ୍ତି । ଡାକ୍ତରମାନେ ତାଙ୍କର ନିୟମିତ ଭାବେ ଡାକ୍ତରୀ ପରୀକ୍ଷା କରିଥାନ୍ତି । ଡାକ୍ତରୀ ଟିମ୍ ସବୁବେଳେ ତାଙ୍କର ହୃଦସ୍ପନ୍ଦନ, ଶରୀରର ଚର୍ବି ଏବଂ ରକ୍ତରେ ଗ୍ଲୁକୋଜ ସ୍ତର ମାପ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ