ETV Bharat / international

Dubai Building Fire: ୪ ଜଣ ଭାରତୀୟଙ୍କ ସମେତ ୧୬ ମୃତ - ଦୁବାଇର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ

ଦୁବାଇର ଏକ କୋଠାରେ ନିଆଁ ଲାଗି ୧୬ଜଣଙ୍କ ମୃତ୍ୟୁ । ସେଥିମଧ୍ୟରୁ ୪ଜଣ ଭାରତୀୟ ରହିଥିବା ବେଳେ ଦୁଇଜଣ କେରଳ ଏବଂ ଅନ୍ୟ ଦୁଇଜଣ ତାମିଲନାଡୁର ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Dubai Building Fire
Dubai Building Fire
author img

By

Published : Apr 16, 2023, 1:21 PM IST

ଦୁବାଇ: ଦୁବାଇର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆଁରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୪ଜଣ ଭାରତୀୟ ରହିଥିବା ଜଣାପଡିଛି । ମୃତ ଭାରତୀୟଙ୍କ ମଧ୍ୟରେ ଜଣେ କେରଳ ଦମ୍ପତି ରହିଥିଲେ । ଏନେଇ ଆଜି ସ୍ଥାନୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଦୁବାଇର ସିଭିଲ ଡିଫେନ୍ସ ଅପରେସନ ରୁମର ତଥ୍ୟ ଅନୁସାରେ, ଶନିବାର ମଧ୍ୟାହ୍ନ ୧୨ଟା ୩୫ ମନିଟରେ ଏହି ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ଲୋକେ ବାହାରକୁ ବାହିରି ନପାରି ପ୍ରାଣ ହରାଇଥିଲେ ।

ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, " ଶନିବାର ମଧ୍ୟାହ୍ନ ୧୨ଟା ୩୫ ମିନିଟ ସମୟରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପନବସତି ଅଞ୍ଚଳରେ ଥିବା ଏକ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଆଡେ ବ୍ୟାପୀ ଯାଇଥିଲା । ତେବେ ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଅଧିକ ରହିଥିବାରୁ ଆୟତ୍ତ କରିବା ପାଇଁ ନାକେଦମ ହେବାକୁ ପଡିଥିଲା । ଅପରାହ୍ନ ୨ଟା ୪୨ରେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ୍ତ କରିଯାଇଥିଲା ।"

ଏହା ମଧ୍ୟ ପଢନ୍ତୁ: Atiq Ahmed Murder: ସରକାରଙ୍କୁ ବିରୋଧିଙ୍କ ସମାଲୋଚନା, ୟୁପିରେ ଗ୍ୟାଙ୍ଗଷ୍ଟାର ସହ ଆଇନ ଶୃଙ୍ଖଳାର ହତ୍ୟା ହୋଇଛି

ଏହା ମଧ୍ୟ ପଢନ୍ତୁ: YS Viveka Murder: କଡପା ସାଂସଦଙ୍କ ବାପା ଭାସ୍କର ରେଡ୍ଡି ଗିରଫ, ହତ୍ୟା ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ

ନିଆଁ ଆଁରେ ୧୬ଜଣ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ ୪ଜଣ ଭାରତୀୟ ରହିଛନ୍ତି । ଦୁଇଜଣ କେରଳର ହୋଇଥିବା ବେଳେ ଦୁଇଜଣ ତାମିଲନାଡୁର ବୋଲି ଜଣାପଡିଛି । ଏହାସହ ୩ଜଣ ପାକିସ୍ତାନ ଏବଂ ନାଇଜେରିଆର ଜଣେ ମହିଳା ରହିଥିଲେ । ସମସ୍ତେ ଉକ୍ତ ବିଲ୍ଡିଂରେ କାମ କରୁଥିଲେ । ତେବେ ଅନ୍ୟମାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।

ତେବେ ଦୁବାଇରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସମ୍ପର୍କୀୟଙ୍କ ସହ ଦୁବାଇ ପୋଲିସ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ କେମିତି, କେଉଁଭଳି ପରିସ୍ଥିତିରେ ନିଆଁ ଲାଗି ଏତେ ବଡ ଦୁର୍ଘଟଣା ହୋଇଗଲା ସେନେଇ ତଦନ୍ତ ଜାରି ରହିଥିବା କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.