ETV Bharat / international

ପାକିସ୍ତାନରେ ଛାତିଥରା ଘଟଣା, ହସ୍ପିଟାଲ ଛାତରେ ପଡିଛି 200ରୁ ଊର୍ଦ୍ଧ୍ବ ମୃତଦେହ - ପାକିସ୍ତାନର ମୁଲତାନ ସହର

ପାକିସ୍ତାନର ମୁଲତାନ ସହରରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସହରର ଏକ ହସ୍ପିଟାଲ ଛାତରେ ଏତେତେଣେ ପଡିରହିଛି ଶତାଧିକ ମୃତଦେହ । ଯାହାକୁ ନେଇ ପୁରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଅଧିକ ପଢନ୍ତୁ

Multan
Multan
author img

By

Published : Oct 15, 2022, 1:29 PM IST

ଇସଲାମବାଦ: ପାକିସ୍ତାନର ମୁଲତାନ ସହରରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି (Decomposed bodies found at Multan) । ସହରର ଏକ ହସ୍ପିଟାଲ ଛାତରେ ଏତେତେଣେ ପଡିରହିଛି ଶତାଧିକ ମୃତଦେହ । କାହାର ହାତ ନାହିଁ ତ କାହାର ଶରୀରର ଅଙ୍ଗପ୍ରତ୍ୟଙ୍ଗ ନାହିଁ । ପଚାସଢା ଗଳିତ ମୃତଦେହ ପଡିଥିବା ମିଳିଛି । ଯାହାକୁ ନେଇ ପୁରା ସହରରେ ହଟଚମଟ୍ଟ ଦେଖିବାକୁ ମିଳିଛି । ପାଖାପାଖି 200ରୁ ଊର୍ଦ୍ଧ୍ବ ମୃତଦେହ ପଡିଥିବା କୁହାଯାଉଛି (Decomposed bodies found in pakistan hospital) । ଏନେଇ ପାକିସ୍ତାନର ଏକ ଗଣମାଧ୍ୟମ ଦାବି କରିଛି ।

ଗଣମାଧ୍ୟମର ଦାବି ଅନୁଯାୟୀ, ସହର ସ୍ଥିତ ନିସ୍ତାର ହସ୍ପିଟାଲରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ମୃତଦେହ ସଂରକ୍ଷଣ ଗୃହ ଛାତ ଉପରରୁ ଏହିସବୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

କୁହାଯାଉଛି, ଛାତ ଉପରେ ଏଣେତେଣେ ସଢୁଛି ମୃତଦେହ । ଏକାଧିକ ମୃତଦେହ ଗୁଡିକର ଅଙ୍ଗପ୍ରତ୍ୟଙ୍ଗ ନାହିଁ । ଏପରିକି ମହିଳାଙ୍କ ମୃତଦେହ ଗୁଡିକ ଉଲଗ୍ନ ଅବସ୍ଥା ପଡିରହିଥିବା ଦେଖିବାକୁ ମିଳିଛି । କିନ୍ତୁ କେତେ ସଂଖ୍ୟକ ମୃତଦେହ ପଡିଛି ତାହାର ସଠିକ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନି । କେହି କେହି 200ରୁ ଊର୍ଦ୍ଧ୍ବ ମୃତଦେହ ପଡିଥିବା କହୁଛନ୍ତି ତ କେହି 500ରୁ ଊର୍ଦ୍ଧ୍ବ ପଡିଥିବା ରିପୋର୍ଟ କରିଛନ୍ତି ।

କେମିତି ସାମ୍ନାକୁ ଆସିଲା ଘଟଣା ?

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସ୍ଥିତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି କି, ‘‘ଜଣେ ଅଜଣା ବ୍ୟକ୍ତି ହସ୍ପିଟାଲରେ ମୃତଦେହ ପଡିଥିବା ଖବର ତାଙ୍କୁ ସୂଚନା ଦେଇଥିଲେ । ଏହାପରେ ସେଠାକୁ ଗସ୍ତରେ ଯାଇଥିଲି ଉକ୍ତ ବ୍ୟକ୍ତି ମୋତେ ଏ ସମ୍ପର୍କରେ କହିବା ସହ ଯଦି କିଛି ଭଲ କାମ କରିବାକୁ ଚାହୁଁଛନ୍ତି ଏହି ଘଟଣାର ଯାଞ୍ଚ କରନ୍ତୁ । ଏପରିକି ଯେତେବେଳେ ମୁଁ ସେ ସ୍ଥାନକୁ ଯାଇଥିଲି ସେଠାରେ ମୃତଦେହ ଘର ଖୋଲିବାକୁ ରାଜି ନଥିଲେ । ପରେ ସେମାନଙ୍କ ବିରୋଧରେ ମାମଲା କରିବା ନେଇ କହିବା ପରେ ସେମାନେ ମୋତେ ଭିତରକୁ ଛାଡିଥିଲେ ।’’

ଏନେଇ ସେ ଘଟଣା ସମ୍ପର୍କରେ ମେଡିକାଲ ଡାକ୍ତରଙ୍କୁ ପଚାରିବାରୁ ସେ, ଛାତ୍ରଙ୍କ ଉଦ୍ଦେଶ୍ୟରେ ମୃତଦେହ ଗୁଡିକ ରଖାଯାଇଥିବା ସଫେଇ ଦେଇଥିଲେ । ମେଡିକାଲ ଛାତ୍ର ମୃତଦେହ ଗୁଡିକ ପରୀକ୍ଷା ପାଇଁ ବ୍ୟବହାର କରୁଥିବା କହିଥିଲେ । ତେବେ ଏ ଘଟଣା କେବଳ ପାକିସ୍ତାନ ନୁହେଁ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ସଂଖ୍ୟକ ମୃତଦେହ ଗୋଟିଏ ଛାତ ଉପରେ ରଖିବା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତଦେହକୁ ସମ୍ମାନ କଥା କୁହାଯାଉଥିବା ବେଳେ ପାକିସ୍ତାନରେ ଏପରି ମୃତଦେହ ରଖିବା ନିହାତି ଆଲୋଚନାର ବିଷୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.