ETV Bharat / international

ଭାରତର ନମ୍ବର-1 ଶତ୍ରୁ ହାଫିଜ ସୟିଦକୁ ୩୧ ବର୍ଷ ଜେଲଦଣ୍ଡ - ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ

ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା (LeT)ର ମୁଖ୍ୟ ହାଫିଜ୍‌ ସୟଦକୁ ଜେଲଦଣ୍ଡ । ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ଏହି ରାୟ ଦେଇଛନ୍ତି । ଅଧିକ ପଢନ୍ତୁ

LeT ମୁଖ୍ୟ ହାଫିଜ୍‌ ସୟଦକୁ, ୩୧ ବର୍ଷ ଜେଲଦଣ୍ଡ

author img

By

Published : Apr 8, 2022, 7:26 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା (LeT)ର ମୁଖ୍ୟ ହାଫିଜ୍‌ ସୟିଦକୁ ଜେଲଦଣ୍ଡ । ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଏହି ରାୟ ଦେଇଛନ୍ତି । ହାଫିଜ୍‌ ସୟଦକୁ ୩୧ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି, ଲାହୋର ସ୍ଥିତ ଆତଙ୍କବାଦ ନିରୋଧୀ କୋର୍ଟ ।

  • Pakistan anti-terrorism court sentences Lashkar-e-Taiba chief Hafiz Saeed to 31 years in jail: Pakistan media

    (file pic) pic.twitter.com/ndrNG6dmzK

    — ANI (@ANI) April 8, 2022 " class="align-text-top noRightClick twitterSection" data=" ">

ତେବେ ଏନେଇ ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିବା ଜଣାପଡିଛି । ସେହିପରି ଭାରତର ବିଭିନ୍ନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଯୁବକଙ୍କୁ ଆତଙ୍କୀ ସଂଗଠନରେ ସାମିଲ, ସୀମାରେ ହିଂସା ଓ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟ କରିବାରେ ହାଫିଜ ସୟିଦ ହେଉଛି ମୁଖ୍ୟ ଅଭିଯୁକ୍ତ ।

ଏଥିସହ 2008 ମୁମ୍ବାଇ ଆକ୍ରମଣର ହାଫିଜ୍‌ ସୟଦ ହେଉଛି ମାଷ୍ଟର ମାଇଣ୍ଡ । ଏହା ସହିତ ଭାରତରେ ହାଫିଜ୍‌ ସୟଦ୍‌ ନାଁରେ ଭାରତରେ ଏକାଧିକ ମାମଲା ରହିଛି । ଯୋଜନା ବଦ୍ଧ ଭାବେ ମୁମ୍ବାଇର ହୋଟେଲ ତାଜ, ଅବରାୟ ହୋଟେଲ ଓ ନରିମନ ହାଉସରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 166 ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏହାପରେ ଭାରତ ପକ୍ଷରୁ ହାଫିଜ ସୟିଦକୁ ଫେରାଇବାକୁ ନାନା ଚେଷ୍ଟା କାରଯାଇଥିଲା । ତେବେ ପାକିସ୍ତାନ ଏଥିରେ ଭାରତକୁ ସହଯୋଗ କରିନଥିଲା ।

ହଫିଜ ସୟିଦର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜାତିସଂଘ ଓ ଆମେରିକା ପକ୍ଷରୁ ତାକୁ ବିଶ୍ବ ପ୍ରମୁଖ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଥିଲା। ଏହାପରେ ହାଫିଜ ସୟିଦ ଉପରେ 10 ମିଲିୟନ ଡଲାର ପୁରସ୍କାର ରାଶି ରଖାଯାଇଥିଲା। ଜାତିସଂଘ ପକ୍ଷରୁ ବାରମ୍ବାର ଚାପ ପଡ଼ିବା ପରେ ଗତବର୍ଷ ଜୁଲାଇ ମାସରେ ହାଫିଜ ସୟିଦକୁ ଗିରଫ କରାଯାଇଥିଲା। ଲାହୋରର କୋଟ ଲଖପତ ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଫିଜକୁ ରଖାଯାଇଥିଲା ।

ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ନେତାଙ୍କ ବିରୋଧରେ 41ଟି ମାମଲା ରୁଜୁ ହୋଇଛି। ହାଫିଜ ସୟିଦ ଓ ଅନ୍ୟ ନେତାଙ୍କ ବିରୋଧରେ ବର୍ତ୍ତମାନ 4ଟି ମାମଲାର ଶୁଣାଣି ହୋଇଛି। ବାକିଥିବା ମାମଲା ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟରେ ବିଚାରାଧୀନ ରହିଛି।

ତେବେ ପୂର୍ବରୁ ଲସ୍କର-ଇ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ହାଫିଜ ସୟିଦ ସହ ତାର ଦୁଇ ସହଯୋଗୀ ଜାଫର ଇକବାଲ ଓ ୟାହା ମୁଜାହିଦଙ୍କୁ 10 ବର୍ଷ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଇଛନ୍ତି ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.