ନୂଆଦିଲ୍ଲୀ : ପ୍ରାୟ 38 ହଜାର ପାଲେସ୍ତିନୀଙ୍କୁ ଗାଜାରୁ ସ୍ଥାନାନ୍ତର କରାଯାଇଛି । ଏନେଇ ସଂଯୁକ୍ତ ରାଷ୍ଟ୍ର ସୂଚନା ଦେଇଛି । ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ପ୍ରାୟ 2,500 ଲୋକ ବାସହୀନ ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ ସୋମବାର ସ୍କୁଲର ସୁରକ୍ଷା ନେଇ ନିବେଦନ କରିଛନ୍ତି । UNRWA ଦ୍ବାରା ପରିଚାଳିତ ହେଉଥିବା ସ୍କୁଲ ପାଇଁ ସୁରକ୍ଷା ମାଗିଛନ୍ତି ମୁଖପାତ୍ର ।
ସଂଯୁକ୍ତ ରାଷ୍ଟ୍ର ସଦସ୍ୟଙ୍କ ମତରେ ପ୍ରାୟ 41ଟି ଶିକ୍ଷାନୁଷ୍ଠାନ ଧ୍ବଂସ ହୋଇସାରିଲାଣି । ଗାଜାରେ ବିଦ୍ୟୁତ ସେବା ଦିନକୁ 6-8 ଘଣ୍ଟା ବ୍ୟାହତ ହେଉଛି । ସ୍ବାସ୍ଥ୍ୟ ସେବା ମିଳିପାରୁନି, ପାଣି, ସ୍ବଚ୍ଛତା ଓ ସାନିଟେସନକୁ ପ୍ରାଧାନ୍ୟ ମିଳିପାରୁନି । ସେ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର ଗାଜାରେ 51,000 ରୁ ଅଧିକ ଲୋକଙ୍କୁ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ