ଆନଙ୍କାରା: କୋରୋନା ଭାଇରସ ବିରୋଧରେ ଲଢେଇ ପାଇଁ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯିବା ନେଇ ଘୋଷଣା କରିଛନ୍ତି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଦୋଗାନ୍ । ଶୁକ୍ରବାର ଏକ ଲାଇଭ କାର୍ଯ୍ୟକ୍ରମରେ କୋଭିଡ-19କୁ ରୋକିବା ପାଇଁ ଏର୍ଦୋଗାନ ନୂତନ ପଦକ୍ଷେପ ଘୋଷଣା କରି କହିଛନ୍ତି ଯେ, ଦେଶ ଗୁଡିକର ସହର ମଧ୍ୟରେ ଯାତ୍ରାର ଅନୁମତି ଦେଶର ପ୍ରତ୍ୟେକ ପ୍ରାନ୍ତର ରାଜ୍ୟପାଳ ଅନୁମତି ଦେବେ।
ଉଭୟ ବେସରକାରୀ ଏବଂ ସାର୍ବଜନୀନ କ୍ଷେତ୍ରରେ ସର୍ବନିମ୍ନ ସଂଖ୍ୟକ କର୍ମଚାରୀ ଥିବା ଏକ ନମନୀୟ କାର୍ଯ୍ୟ ପ୍ରଣାଳୀ କାର୍ଯ୍ୟକାରୀ ହେବ ବୋଲି ଏର୍ଦାଗାନ୍ କହିଛନ୍ତି। ତୁର୍କୀର 30ଟି ପ୍ରମୁଖ ସହରରେ ଆଣ୍ଟି-କରୋନାଭାଇରସ୍ ପଦକ୍ଷେପକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଏହି ସହରଗୁଡିକରେ ଏକ ମହାମାରୀ ପରିଷଦ ଗଠନ କରାଯିବ।
ରାଷ୍ଟ୍ରପତି ଏର୍ଦାଗାନଙ୍କ ମତରେ, ସାଧାରଣ ପରିବହନରେ ଗୋଳମାକୁ ରୋକିବା ପାଇଁ ଓ ପିକନିକ୍ ସ୍ପଟ୍, ଜଙ୍ଗଲ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଗୁଡିକୁ ବନ୍ଦ କରିଦିଆଯିବ । ଏହାର ଗୋଟିଏ ଦିନ ପୂର୍ବରୁ ତୁର୍କୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ ଘୋଷଣା କରିଥିଲେ ଯେ 12 ଟି ସହର ଏବଂ ଗ୍ରାମ ଗୁଡିକ କୋଭିଡ-19ର ମୁକାବିଲା ପାଇଁ କ୍ୱାରାଣ୍ଟିନ୍ କରାଯିବ । ସୋଏଲୁ ଏକ କଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ କିଛି ଗାଁ କିମ୍ବା ସହର ଅତ୍ୟଧିକ ସଂକ୍ରମଣର ଶିକାର ହୁଅନ୍ତି। ସେତବେଳେ ଏହି ପଦକ୍ଷେପ ନିଆଯାଇଥାଏ ।
ତେବେ ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ତୁର୍କୀରେ 92କୁ ବୃଦ୍ଧି ପାଇଥିବାବେଳେ 5,698 ଜଣ ଆକ୍ରାନ୍ତ ହୋଇଛନ୍ତି ।
@IANS