ନୂଆଦିଲ୍ଲୀ: ଇଟାଲୀ ପିଏମ ଜିଉସେପେ କଣ୍ଟେଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ଉଭୟ ନେତା ମହାମାରୀ କୋରୋନା ସମ୍ପର୍କୀତ ଆଲୋଚନା କରିଛନ୍ତି । ମହାମାରୀ ଯୋଗୁଁ ଇଟାଲୀରେ ଧନଜୀବନ ନଷ୍ଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସମାବେଦନା ଜଣାଇଛନ୍ତି । ଏବଂ ଏପରି ପରିସ୍ଥିତି ଇଟାଲୀବାସୀଙ୍କ ସାହାସ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି ।
କୋରୋନା ଭାଇରସ ସାରା ବିଶ୍ବର ଅର୍ଥନୈତିକୁ ଦୁର୍ବଳ କରିବା ସହ ହଜାର ହଜାର ଲୋକଙ୍କ ଜୀବନ ନେଲାଣି । ଏଭଳି ସ୍ଥିତି ଏହି ଦୁଇ ଦେଶ ବୈଷୟିକ ସ୍ତରରେ ଉଭୟ ଉଭୟଙ୍କୁ ସହଯୋଗ କରିବା ନେଇ ଆଲୋଚନା କରିଛନ୍ତି । ଏହା ସହ ଦୁଇ ଦେଶର ଫସି ରହିଥିବା ନିଜ ନିଜ ନାଗରିକଙ୍କ ପାରସ୍ପରିକ ସହଯୋଗ ଲଢିଥିଲେ ।
ଏହି ଆଲୋଚନା ସମୟରେ କାଣ୍ଟେଙ୍କୁ ଆବଶ୍ୟକୀୟ ଔଷଧ ଓ ଅନ୍ୟାନ୍ୟ ବସ୍ତୁକୁ ଯୋଗାଇବେ ବୋଲି ପିଏମ ମୋଦି ଆଶ୍ବସନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଉଭୟ ଦେଶ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଇଟାଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଟାଲି ଗସ୍ତ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ।
ଇସ୍ରାଏଲ ପରେ, ଇଟାଲୀ ମଧ୍ୟ କରୋନା ଭାଇରସ ଚିକିତ୍ସା ପାଇଁ ଏକ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ସବୁଠାରୁ ବଡ କଥା ହେଉଛି ଏହି ଟିକା ପଶୁମାନଙ୍କ ବ୍ୟତୀତ ମଣିଷ ଉପରେ କାମ କରୁଛି । ଏହା ବିଶ୍ବର ପ୍ରଥମ କୋରୋନା ବିରୋଧି ଭ୍ୟାକ୍ସିନ ହେବାକୁ ଯାଉଛି । ଏହା ବ୍ୟତୀତ ରାଜଧାନୀ ରୋମର spallanzani ହସ୍ପିଟାଲରେ ଏହି ସଂକ୍ରାମିତ ରୋଗର ସଫଳ ପରୀକ୍ଷଣ କରାଯାଇଛି ।