ETV Bharat / international

ଦୁଇ ସପ୍ତାହରେ 9 ବଡ ଅପରେସନ, 6 ଶୀର୍ଷ କମାଣ୍ଡର ସମେତ 22 ଆତଙ୍କୀ ନିପାତ

କିଲର କୋରୋନା କାଳରେ ଆତଙ୍କୀଙ୍କ ପାଇଁ କାଳ ସାଜିଛି ଭାରତୀୟ ସେନା । ଗତ 24 ଘଣ୍ଟା ମଧ୍ୟରେ କାଶ୍ମୀର ଉପତ୍ୟକାରେ ଭାରତୀୟ ସେନା 9 ଆତଙ୍କବାଦୀଙ୍କୁ ନିପାତ କରିଥିବା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ:

author img

By

Published : Jun 8, 2020, 4:50 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଶ୍ରୀନଗର: କିଲର କୋରୋନା କାଳରେ ଆତଙ୍କୀଙ୍କ ପାଇଁ କାଳ ସାଜିଛି ଭାରତୀୟ ସେନା । ଘାଟିରେ ଆତଙ୍କୀ ଉତ୍ପାତ ଦମନରେ ସେନାକୁ ବୃହତ୍ ସଫଳତା । ଜମ୍ମୁ-କାଶ୍ମୀର ଆତଙ୍କୀ ନିପାତ ପାଇଁ ପୋଲିସ ଓ ସେନାର ମିଳିତ ଅଭିଯାନ କ୍ରମାଗତ ଭାବେ ଫଳପ୍ରଦ ହେବାରେ ଲାଗିଛି । ଜମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ ଅନୁଯାୟୀ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ନିଜର ଅଭିଯାନ ଜାରି ରଖିଛି । ଗତ 24 ଘଣ୍ଟା ମଧ୍ୟରେ କାଶ୍ମୀର ଉପତ୍ୟକାରେ ଭାରତୀୟ ସେନା 9 ଆତଙ୍କବାଦୀଙ୍କୁ ନିପାତ କରିଥିବା ସୂଚନା ଦେଇଛନ୍ତି ।

ଜମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ କହିବାନୁସାରେ, ଦୁଇ ଦିନିଆ ଅପରେସନ ହିଜବୁଲ ମୁଜାହିଦ୍ଦିନର 9 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁଥିରୁ ତିନି ଜଣ ଟପ୍ କମାଣ୍ଡର ସ୍ତରର ରହିଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ 9 ଟି ପ୍ରମୁଖ ଅପରେସନ୍ ହୋଇଥିଲା ଯେଉଁଥିରେ ସମୁଦାୟ 22 ଆତଙ୍କବାଦୀ ନିହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ 6 ଜଣ ଟପ୍ କମାଣ୍ଡର ରହିଥିବା ସେ ସୂଚନା ଦେଇଛନ୍ତି ।

ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଏହି ପ୍ରମୁଖ ଅଭିଯାନରେ ଉପତ୍ୟକା ଆତଙ୍କମୁକ୍ତ ହେବା ପଥରେ ଅଛି । ଗତ 24 ଘଣ୍ଟା ମଧ୍ୟରେ 9 ଆତଙ୍କବାଦୀ ନିହତ ହୋଇଥିବା ଏହାର ଏକ ବଡ଼ ଉଦାହରଣ | ଏହି 22 ଆତଙ୍କବାଦୀଙ୍କ ମଧ୍ୟରୁ 18 ଜଣ ଦକ୍ଷିଣ କାଶ୍ମୀର, ପୁଲୱାମା, କୁଲଗାମ, ସୋପିଆନର ତିନି ଏବଂ ଜଣେ ଅବନ୍ତୀପୋରାର ଥିଲେ । ଜମ୍ମୁର ରାଜୈରୀ ପୁଞ୍ଚ ଅଞ୍ଚଳରେ 2 ଟି ଅପରେସନ୍ ହୋଇଥିଲା ଯେଉଁଥିରେ ଅନୁପ୍ରବେଶ ବେଳେ 3 ଆତଙ୍କବାଦୀ ନିହତ ହୋଇଥିଲେ।

ଗତକାଲି ଦକ୍ଷିଣ କାଶ୍ମୀରରେ 5 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଏହି ଅପରେସନରେ ଦୁଇ ସେନା କର୍ମଚାରୀ ମଧ୍ୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଅପରେସନ ଜାରି ରହିଛି।

ଗତ 24 ଘଣ୍ଟା ମଧ୍ୟରେ ସୋପିଆନରେ 9 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍‌ର ପିଞ୍ଜୁରାଠାରେ ଚାଲିଥିବା ଏନକାଉଣ୍ଟର ସମାପ୍ତ ହୋଇଛି। ସୋମବାର ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଚାରିଜଣ ହେଉଛନ୍ତି ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଓ ଅସ୍ତ୍ର ଜବତ କରାଯାଇଛି।

2020 ରେ ଏପର୍ଯ୍ୟନ୍ତ ନିପାତ ହୋଇଥିବା ଆତଙ୍କବାଦୀଙ୍କ ଶୀର୍ଷ କମାଣ୍ଡରଙ୍କ ତାଲିକା ଏହିପର୍ । ଅବଦୁଲ ରହମାନ - 3 ଜୁନ୍‌ରେ ଜୈଶ କମାଣ୍ଡର, ତାହିର ଅହମ୍ମଦ ଭଟ- 17 ମେ, ହିଜବୁଲ କମାଣ୍ଡର, ରିୟାଜ ନାଇକୁ- 6 ମେ, ହିଜବୁଲ କମାଣ୍ଡର । ସେହିପରି ହାଇଦର- 3 ମେ, ଲଶ୍କର କମାଣ୍ଡର, ସାଜାଦ ନବାବ ଦାର- 9 ଏପ୍ରିଲ ଜୈଶ କମାଣ୍ଡର, ଅହମ୍ମଦ ଭଟ୍ଟ- 15 ମାର୍ଚ୍ଚ ଲଶ୍କର ଆତଙ୍କବାଦୀ, କାରୀ ୟାସିର - କାଶ୍ମୀରର ଜୈଶ ମୁଖ୍ୟ, ଆରୋନ ୱାନି - ହିଜବୁଲ କମାଣ୍ଡର ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.