ନୂଆଦିଲ୍ଲୀ: ଇସ୍ରାଏଲରେ ଦୀର୍ଘ 12 ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଛି । ବେଞ୍ଜାମିନେ ନେତ୍ୟାନାହୁଙ୍କଠାରୁ ଶାସନ ନେଇ ଏବେ ନେଫଟାଲି ବେନେଟ୍ ଏବେ ପ୍ରଧାନମନ୍ତ୍ରୀ । ବିରୋଧି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ନେଫଟାଲି ବେନେଟ୍ । 2 ବର୍ଷ ମଧ୍ୟରେ ହୋଇଥିବା 4 ଥର ନିର୍ବାଚନ ହୋଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି ।
ନୂଆ ସରକାରକୁ ନେଇ ଇସ୍ରାଏଲ ସଂସଦ ‘ନେସେଟ୍’ରେ ଜୋରଦାର୍ ହଙ୍ଗାମା ହୋଇଥିଲା । ସଂସଦ କାର୍ଯ୍ୟ ଆରମ୍ଭ ପୂର୍ବରୁ ନେଫଟାଲି ବେନେଟଙ୍କ ବିରୋଧରେ ସ୍ଲୋଗାନ୍ ଆରମ୍ଭ ହୋଇଗଲା । ଭାଷଣ ଦେବାକୁ ଆରମ୍ଭ କଲା ବେଳକୁ ତାଙ୍କୁ ଅପରାଧୀ ଓ ମିଛୁଆ ବୋଲି କୁହାଗଲା । ଶାସନରେ ଥିବା ଦଳ ଛୋଟ ଛୋଟ 8ଟି ଦଳର ମହାଗଠବନ୍ଧନରେ ନିର୍ମିତ । ନେତ୍ୟାନାହୁଙ୍କ ବିରୋଧରେ ସମସ୍ତ ଛୋଟ ଦଳ ଏକାଠି ହୋଇଥିଲେ ।
ଯଦି ଏମାନଙ୍କ ମଧ୍ୟରୁ ଜଣେ ବି ଗଠବନ୍ଧନରୁ ଓହରି ଯାଏ ତେବେ ସରକାର ଭାଙ୍ଗିବା ନିଶ୍ଚିତ । ଏମିତି ହେଲେ ନେତ୍ୟାନାହୁ ପୁଣି ଶାସନକୁ ଫେରିବେ । ଇସ୍ରାଏଲ ସଂସଦରେ ମୋଟ୍ 120 ଜଣ ସଦସ୍ୟ ଅଛନ୍ତି । 61 ଜଣ ସଦସ୍ୟଙ୍କ ମତରେ ସରକାର ଗଠିତ ହୋଇଛି ।
ପ୍ରକାଶଥାଉକି, ନେତ୍ୟାନାହୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଭଲ ସମ୍ପର୍କ ସ୍ଥାପନା କରିଥିଲେ । ସେ ଆରବ ଦେଶ ଓ ଆଫ୍ରିକୀୟ ଦେଶ ସହ ମଧ୍ୟ ଭଲ ସମ୍ପର୍କ ରଖିଥିଲେ ।