ଜେରୁଜେଲମ: ଭାରତର ଏହି କଠିନ ସମୟରେ ସହାୟତାର ହାତ ହାତ ବଢାଇଛି ଇସ୍ରାଇଲ । ଦେଶ କୋରୋନା ମହାମାରୀ ସହ ଲଢେଇ କରୁଥିବାବେଳେ ବନ୍ଧୁ ରାଷ୍ଟ୍ର ବନ୍ଧୁତାର ପରିଚୟ ଦେଇଛି । ଭାରତକୁ ମେଡିକାଲ ସରଞ୍ଜାମ ପଠାଇବ ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ।
ବନ୍ଧୁରାଷ୍ଟ୍ରର ଏହି ବିପଦ ସମୟରେ ଜରୁରୀ ସରଞ୍ଜାମ ଯୋଗାଇଦିଆଯିବ ବୋଲି ବୈଦେଶିକ ମନ୍ତ୍ରୀ ଗବି ଅସ୍କେନନାଜ଼ୀ କହିଛନ୍ତି । ଆଜିଠାରୁ ଅର୍ଥାତ ମଙ୍ଗଳବାର ଠାରୁ ଇସ୍ରାଏଲ ମେଡିକାଲ ସରଞ୍ଜାମ ପଠେଇବ ବୋଲି ଜଣାପଡିଛି । ଯେଉଁଥିରେ ଅକ୍ସିଜେନ ତିଆରି ହେବାର ସରଞ୍ଜାମ ମଧ୍ୟ ରହିଛି ।
ସେହିପରି ମେଡିସିନ ଓ ଅନ୍ୟ ମେଡିକାଲ ସରଞ୍ଜାମ ମଧ୍ୟ ରହିଥିବା ସେ କହିଛନ୍ତି । ସୂଚନା ଥାଉକି ଭାରତରେ ବର୍ତ୍ତମାନ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ଅକ୍ସି୍ଜେନର ଅଭାବ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଇସ୍ରାଏଲ ସହାୟତାର ହାତ ବଢାଇଛି ।