ETV Bharat / international

ଅଗଷ୍ଟ 16ରୁ ଇସ୍ରାଏଲରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ

କୋରୋନା ସଂକ୍ରମଣ ବିସ୍ତାରକୁ ନେଇ ଅନ୍ତର୍ଜାତୀୟ ବିମାନ ଉଡାଣକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ କୋରୋନା ଲଢେଇ ସହ ବିମାନ ଉଡାଣକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ...

ଅଗଷ୍ଟ 16ରୁ ଇସ୍ରାଏଲରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ
ଅଗଷ୍ଟ 16ରୁ ଇସ୍ରାଏଲରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ
author img

By

Published : Aug 2, 2020, 7:21 AM IST

ଜେରୁଜେଲମ: ଅନ୍ତର୍ଜାତୀୟ ବିମାନ ଉଡାଣକୁ ଅନୁମତି ଦେଲା ଇସ୍ରାଏଲ । ଅଗଷ୍ଟ 16ରୁ ବିଭିନ୍ନ ଦେଶକୁ ବିମାନ ଚଳାଚଳ ଆରମ୍ଭ କରିବ । ଏନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ ମିରି ଗେଗେଭଙ୍କ ଅନୁସାରେ, ଇସ୍ରାଏଲ ବିମାନ କର୍ତ୍ତୃପକ୍ଷ ବିମାନ ଉଡାଣ ଭରିବାକୁ ପ୍ରସ୍ତୁତି ହୋଇସାରିଛି । ଏଥିସହ ଦ୍ରୁତ 20ରୁ 30 ରାପିଡ କୋରୋନା ଟେଷ୍ଚ ମଧ୍ୟ କରାଯିବ । ବିମାନ ଯାତ୍ରା ପରେ ସଂକ୍ରମଣ ଯେପରି ନବ୍ୟାପେ ସେନେଇ ଏହି ପଦକ୍ଷେପ ଗ୍ରହଣ କରାଯିବ ।

ସେହିପରି ସଂକ୍ରମିତ କମ୍‌ ଥିବା ଦେଶରୁ ଆସୁଥିବା ବ୍ୟକ୍ତି ମାନେ ଏଣିକି ଇସ୍ରାଏଲରେ କ୍ବାରେଣ୍ଟାଇନରେ ରହିବେ ନାହିଁ ।

ଜନ୍ସ ହପକିନ୍ସ ୟୁନିଭର୍ସିଟି ଅନୁସାରେ, ବର୍ତ୍ତମାନ ସୁଦ୍ଧା ଇସ୍ରାଏଲରେ ମୋଟ 70,970 ମାମଲା ଚିହ୍ନଟ ହୋଇଛି । କୋରୋନା ଜନିତ ମୃତ୍ୟୁସଂଖ୍ୟା 526ରେ ପହଞ୍ଚିଛି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.