ETV Bharat / international

ଇସ୍ରାଇଲରେ ପ୍ରତିଦିନ 2 ହଜାର ବିମାନ ଯାତ୍ରୀଙ୍କୁ ପ୍ରବେଶ ଅନୁମତି - 2 ହଜାର ବିମାନ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

ଇସ୍ରାଇଲର କୋରୋନା ଭାଇରସ୍ କ୍ୟାବିନେଟ ଦୁଇ ହଜାରରୁ ଅଧିକ ବିମାନ ଯାତ୍ରୀଙ୍କୁ ଦେଶ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

ଇସ୍ରାଇଲରେ ପ୍ରତିଦିନ 2 ହଜାର ବିମାନ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

author img

By

Published : Feb 15, 2021, 9:26 AM IST

ଜେରୁଜେଲମ: କୋରୋନା ଟିକା ବିକଶିତ ହେବା ପରେ ସାରା ବିଶ୍ବ ଏବେ ପୂର୍ବସ୍ଥିତିକୁ ଫେରିବାକୁ ପ୍ରୟାସ କରୁଛି । ବର୍ତ୍ତମାନ ଇସ୍ରାଇଲରେ ମଧ୍ୟ ବିଦେଶରୁ ଆସୁଥିବା ବିମାନକୁ ଅନୁମତି ଦେଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛନ୍ତି ଯେ, ଇସ୍ରାଇଲର କୋରୋନା ଭାଇରସ୍ କ୍ୟାବିନେଟ ଦୁଇ ହଜାରରୁ ଅଧିକ ବିମାନ ଯାତ୍ରୀଙ୍କୁ ଦେଶ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଛି ।

ଅନ୍ତର୍ଜାତୀୟ ବିମାନ ଯାତାୟତ ପାଇଁ ପରିବହନ ମନ୍ତ୍ରୀଙ୍କ ଯୋଜନାକୁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି । ପ୍ରତିଦିନ 2 ହଜାର ଯାତ୍ରୀ ଇସ୍ରାଇଲକୁ ଉଡ଼ାଣ ଭରିପାରିବେ । ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହୋଟେଲ ଚୁକ୍ତି କରିବା ଦାୟିତ୍ବ ଦିଆଯାଇଛି । ଯେଉଁଠାରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ।

କୋରୋନାର ନୂଆ ଷ୍ଟ୍ରେନ ଆସିବା ପରେ ଇସ୍ରାଏଲରେ ଜାନୁୟାରୀ 25ରୁ ବେନ ଗୁରିଅନ୍ ବିମାନବନ୍ଦର, ଯିହୁଦୀର ମୁଖ୍ୟ ଗେଟୱେକୁ ବନ୍ଦ ରଖାଯାଇଥିଲା । ମ୍ୟୁଟାଣ୍ଟ କୋରୋନା ଭାଇରସ୍ ଷ୍ଟ୍ରେନ୍ ପ୍ରବେଶକୁ ରୋକିବା ପାଇଁ ଏପରି ପ୍ରୟାସ କରିଥିଲା ଇସ୍ରାଇଲ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.