ETV Bharat / international

କୋରୋନା ଭାଇରସ: ଇରାନ ଉପ ସ୍ବାସ୍ଥ୍ୟମନ୍ତ୍ରୀ ସଂକ୍ରମଣର ଶିକାର - କୋରୋନାଭାଇରସ

ପ୍ରାଣନାଶକ କୋରୋନା ଭାଇରସ ଦକ୍ଷିଣ କୋରିଆ ଓ ଇରାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ହୁହୁ ହୋଇ ଏହି ଦୁଇ ଦେଶରେ ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ସଦ୍ୟ ରିପୋର୍ଟ ଅନୁସାରେ ଇରାନ ଉପ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 25, 2020, 8:46 PM IST

ତେହରାନ: ଜୀବନନାଶକ କୋରୋନା ଭାଇରସର ପ୍ରକୋପ ଜାରି ରହିଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା 2663ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା । ଏବେ ପ୍ରାଣନାଶକ ଏହି ଭାଇରସ ଦକ୍ଷିଣ କୋରିଆ ଓ ଇରାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ହୁହୁ ହୋଇ ଏହି ଦୁଇ ଦେଶରେ ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ସଦ୍ୟ ରିପୋର୍ଟ ଅନୁସାରେ ଇରାନ ଉପ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ସାରା ବିଶ୍ବରେ ପ୍ରଳୟଙ୍କରୀ ରୂପ ଧାରଣ କରିଥିବା କୋରୋନା ଭାଇରସ ସଂକ୍ରମଣରେ ଇରାନ ଉପ ସ୍ବାସ୍ଥ୍ୟମନ୍ତ୍ରୀ ଇରାଜ ହରିରଚି । ଇରାନରେ କୋରୋନା ସଂକ୍ରମଣରେ 12ଜଣ ପ୍ରାଣ ହରାଇଛନ୍ତି । ଉପ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସଂକ୍ରମଣ ରିପୋର୍ଟକୁ ବାଦ ଦେଲେ ବର୍ତ୍ତମାନ ସୁଦ୍ଧା 64 ମାମଲା ସାମ୍ନାକୁ ଆସିଛି ।

ଏଠାରେ ସୂଚନା ଯୋଗ୍ୟ ଯେ କୋରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ଦୁଇ ଚର୍ଚ୍ଚିତ ବ୍ୟକ୍ତି ପ୍ରାଣ ହରାଇସାରିଲେଣି । ଉହାନ ସହରରେ ଥିବା ଉହାନ ହସ୍ପିଟାଲର ନିର୍ଦ୍ଦେଶକ ଲିଉ ଝିମିଂ କୋରୋନା ଭାଇରସ ସଂକ୍ରମଣରେ ପ୍ରାଣ ହରାଇଥିଲେ । ସେହପରି ଫେବୃଆରୀ ପ୍ରଥମ ସପ୍ତାହରେ କୋରୋନା ଭାଇରସ୍‌ ଚିହ୍ନଟ କରିଥିବା ଚୀନ୍‌ ଡାକ୍ତର ଲି ବେନଲିୟାଗ୍ନ ଏହି ଭାଇରସ ସଂକ୍ରମଣରେ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.