ETV Bharat / international

ଆର୍ମି ଡେ: ପିପିଇ କିଟ, ସ୍ବତନ୍ତ୍ର ମାସ୍କ ସହ ଡିସଇନଫେକ୍ସନ ଗିଅର ଧରି ଯବାନଙ୍କ ପରେଡ

author img

By

Published : Apr 19, 2020, 7:03 PM IST

କୋରୋନା ସଙ୍କଟ ମଧ୍ୟରେ ଇରାନ ଶନିବାର ଏହାର 42 ତମ ସେନା ଦିବସ ପାଳନ କରିଛି । ଏହି ଅବସରରେ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ବଦଳରେ ଡିସଇନଫେକେସନ୍ ବାହାନ, ମୋବାଇଲ୍ ଆମ୍ବୁଲାନ୍ସ ଏବଂ ଚିକିତ୍ସା ଉପକରଣର ପରେଡ କରାଯାଇଥିଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ତେହେରାନ: ସାଧାରଣତଃ ସେନା ଦିବସରେ ମିସାଇଲ,ଟ୍ୟାଙ୍କ, ଫାଇଟର ଜେଟ , ସବମେରିନ ସହ ବିଶାଳ ଶକ୍ତି ପ୍ରଦର୍ଶନରେ କୌଣସି ଦେଶର ସୈନ୍ୟ ପରେଡ ହୋଇଥାଏ | କିନ୍ତୁ, କୋରୋନା ସଙ୍କଟ ମଧ୍ୟରେ ଇରାନ ଶନିବାର ଏହାର 42 ତମ ସେନା ଦିବସ ପାଳନ କରିଛି । ଏହି ଅବସରରେ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ବଦଳରେ ଡିସଇନଫେକେସନ୍ ବାହାନ, ମୋବାଇଲ୍ ଆମ୍ବୁଲାନ୍ସ ଏବଂ ଚିକିତ୍ସା ଉପକରଣର ପରେଡ କରାଯାଇଥିଲା ।

ରାଇଫଲ ବଦଳରେ ଯବାନମାନଙ୍କ ହାତରେ କୋରୋନାକୁ ସଂକ୍ରମଣରୁ ରକ୍ଷା କରୁଥିବା ଡିସଇନଫକ୍ସନ ଗିଅର୍ ଦେଖିବାକୁ ମିଳିଥିଲା । ଏହାସହ ଅନେକ ଯବାନ ପିପିଇ କିଟ୍ ପିନ୍ଧିଥିଲେ | ଅନେକ ଯବାନ ମଧ୍ୟ ସ୍ବତନ୍ତ୍ର ଭାବେ ତିଆରି ମାସ୍କ ପିନ୍ଧିଥିବାର ନଜର ଆସିଥିଲେ | ଏଥି ସହିତ ଶୁକ୍ରବାର ଦିନ ଡିଫେନ୍ସ ଅଫ ଦି ହୋମଲ୍ୟାଣ୍ଡ, ହେଲ୍ପର୍ସ ଅଫ୍ ହେଲଥ୍ ଆର୍ମିର ପରେଡ ବାହାରିତିଲା । ଏଥିରେ ସେନା କମାଣ୍ଡର କୋରୋନା ସହିତ ଲଢିବାରେ ସେନାର ଭୂମିକା ଉପରେ ଆଲୋକପାତ କରିଥିଲେ।

ରିପୋର୍ଟ ଅନୁଯାୟୀ, ଇରାନରେ ଏପର୍ଯ୍ୟନ୍ତ ପ୍ରାୟ 81 ହଜାର ଲୋକଙ୍କୁ କୋରୋନା ପଜିଟିଭ୍ ହୋଇଥିବା ରିପୋର୍ଟ ରହିଛି । 5031 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ହାସନ ରୋହାନି ସୈନିକମାନଙ୍କୁ ଦିଆଯାଇଥିବା ବାର୍ତ୍ତାରେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ନୁହେଁ । କୋରୋନା ରୂପକ ଶତ୍ରୁମାନେ ଲୁଚି ରହିଛନ୍ତି। ଯୁଦ୍ଧକ୍ଷେତ୍ରରେ ଡାକ୍ତର ଏବଂ ନର୍ସମାନେ ଆଗରେ ଅଛନ୍ତି । ଏଭିଳି ସ୍ଥିତିରେ ଦେଶରେ ସାମରିକ ଶକ୍ତିର ପ୍ରଦର୍ଶନ ହୋଇପାରିବ ନାହିଁ ସେନା ପ୍ରତିଷ୍ଠା ଦିବସରେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.