ETV Bharat / international

ମୂଳ ଭାରତୀୟ ପ୍ରଫେସର ଜିତିଲେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶିକ୍ଷା ସମ୍ମାନ - ଜୟଶ୍ରୀ ରବିଶଙ୍କର

ଭାରତୀୟ ମୂଳ ବାସିନ୍ଦା ପ୍ରଫେସର ଜୟଶ୍ରୀ ରବିଶଙ୍କର ଅଷ୍ଟ୍ରେଲିଆର ଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଅଷ୍ଟ୍ରେଲିଆନ ଆୱାର୍ଡ ଫର୍‌ ୟୁନଭର୍ସି୍ଟି ଟିଚିଂ 2019’ ପୁରସ୍କାର ଜିତିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 4, 2020, 9:54 PM IST

Updated : Mar 5, 2020, 2:42 AM IST

ସିଡନୀ: ଭାରତୀୟ ମୂଳ ବାସିନ୍ଦା ପ୍ରଫେସର ଜୟଶ୍ରୀ ରବିଶଙ୍କର ଅଷ୍ଟ୍ରେଲିଆର ଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ହାସଲ କରିଛନ୍ତି । ପ୍ରଫେସର ଜୟଶ୍ରୀ ରବିଶଙ୍କର ‘ଅଷ୍ଟ୍ରେଲିଆନ ଆୱାର୍ଡ ଫର୍‌ ୟୁନଭର୍ସିଟି ଟିଚିଂ 2019’ ପୁରସ୍କାର ଜିତିଛନ୍ତି । ଏହା ଦେଶର ସର୍ବୋଚ୍ଚ ଶିକ୍ଷା ତଥା ଶିକ୍ଷାଦାନର ମାନ୍ୟତା ଅଟେ ।

ଅଷ୍ଟ୍ରେଲିଆର 31 ଟି ବିଭିନ୍ନ ବିଶ୍ବବିଦ୍ୟାଳୟକୁ 71 ଘୋଷଣାପତ୍ର ଆସିଥିଲା । ଏଥିମଧ୍ୟରୁ ଗୋଟିକରେ ଆସୋସିଏଟ୍ ପ୍ରଫେସର ରବିଶଙ୍କରଙ୍କୁ ପୁରସ୍କାର ପ୍ରଦାନର କାରଣ ଉଲ୍ଲେଖ ରହିଥିଲା । ଅଭିନବ ଉପାୟରେ ଅନଲାଇନ ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ କୌଶଳ ବିକାଶ ଏବଂ ଏକ ବୃହତ ଇଲେକ୍ଟ୍ରିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଓ ଛାତ୍ରମାନଙ୍କର ନିଯୁକ୍ତି ଦକ୍ଷତା ବିକାଶ କରିଥିବା ଘୋଷଣାପତ୍ରରେ ଉଲ୍ଲେଖ ରହିଥିଲା ।

ଏହାସହ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଆଦୃତ, ଅଷ୍ଟ୍ରେଲିଆ ସରକାର ଓ ବିଶ୍ବବିଦ୍ୟାଳୟ ଶିକ୍ଷକ ଭାବରେ ଆପଣଙ୍କ ଅବଦାନ ଅତୁଳନୀୟ ବୋଲି ଲେଖାଯାଇଥିଲା । ଗୁଣାତ୍ମକ ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ଭାବନା ପାଇଁ ଆପଣ ସର୍ବଦା ସ୍ମରଣୀୟ ବୋଲି ଚିଠିରେ ଲେଖା ରହିଛି ।

ସୂଚନା ଯୋଗ୍ୟ ଯେ, ରବିଶଙ୍କର ମାଦ୍ରାସ ୟୁନିଭର୍ସିଟିରୁ ବ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି । ସେ ପାୱାର ସିଷ୍ଟମ ରେ ଇଞ୍ଜିନିୟରିଂର ମାଷ୍ଟର ତଥା ଆନ୍ନା ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି ।

ସେ ଆନ୍ନା ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଅଧ୍ୟାପନାରେ 10 ବର୍ଷ ରହିଥିଲେ ଏବଂ ପରେ 2010 ରେ ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟି (UNSW) ସିଡନୀରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ।

ଏହାସହ ସେ ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ଟେଲିକମରେ ଡେପ୍ୟୁଟି ହେଡ୍ ଅଫ୍ ସ୍କୁଲ୍ (ଶିକ୍ଷା) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଯାହା ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ଅଟେ ।

@IANSଇନପୁଟ

Last Updated : Mar 5, 2020, 2:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.