ETV Bharat / international

ଚୋକସିଙ୍କ ମୌଳିକ ଅଧିକାରକୁ ସମ୍ମାନ ଦିଆଯିବ: ଡୋମିନିକା ପ୍ରଧାନମନ୍ତ୍ରୀ - ଡୋମିନିକା ପ୍ରଧାନମନ୍ତ୍ରୀ

ପଳାତକ ମେହୁଲ ଚୋକସିକୁ ନାଗରିକ ମୌଳିକ ଅଧିକାର ଦିଆଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜବେଲ୍ଟ ସ୍କେରିଟ୍ । ଆଗକୁ ଚୋକସୀଙ୍କ ବିଷୟରେ ଅଦାଲତ ହିଁ ଶୁଣାଣି କରିବେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ମେହୁଲ ଚୋକସୀ
ମେହୁଲ ଚୋକସୀ
author img

By

Published : Jun 8, 2021, 8:59 AM IST

ରୋସେଓ: ପଳାତକ ମେହୁଲ ଚୋକସିକୁ ନାଗରିକ ମୌଳିକ ଅଧିକାର ଦିଆଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜବେଲ୍ଟ ସ୍କେରିଟ୍ । ଆଗକୁ ଚୋକସୀଙ୍କ ବିଷୟରେ ଅଦାଲତ ହିଁ ଶୁଣାଣି କରିବେ ବୋଲି ସେ କହିଛନ୍ତି ।

13,500 କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ଚୋକସୀ ମେ’ 23ରେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ । ପରେ ସେ ଡୋମିନିକାରେ ଧରାପଡିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସ୍କେରିଟ୍ ପ୍ରଥମ ଥର ପାଇଁ ବିବୃତ୍ତି ଦେଇଛନ୍ତି ।

ଚୋକସୀଙ୍କ ସମ୍ପର୍କରେ ଆଉ କ’ଣ ପଦକ୍ଷେପ ନିଆଯିବ ତାହା କୋର୍ଟ ସ୍ଥିର କରିବେ। ତେବେ ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ନିଆଯାଇଥିବା କହିଛନ୍ତି ଚୋକସୀ । ବାରବରା ଜେବାରିକା ନାମକଙ୍କ ସହିତ ବର୍ଷକ ତଳେ ତାଙ୍କର ପରିଚୟ ହୋଇଥିଲା । ଘରକୁ ନେବା ପାଇଁ ବାରବରା ଅନୁରୋଧ କରିବା ପରେ ଚୋକସୀ ତାଙ୍କ ଘରକୁ ଯାଇଥିଲେ । ସେଠାରେ ପୂର୍ବରୁ ଥିବା 8-10 ଜଣ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ସେମାନେ ଆଣ୍ଟିଗୁଆ ପୋଲିସ ବୋଲି ଚୋକସୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.