ବେରୁଟ: ଲେବାନନର ବେରୁଟ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 190କୁ ବୃଦ୍ଧିପାଇଛି । ଏହି ବିସ୍ଫୋରଣରେ 6ହଜାର 5ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଲେବାନନ ସରକାରଙ୍କ ଦ୍ବାରା ପ୍ରକାଶ କରାଯାଇଛି ।
ପୂର୍ବରୁ ମିଳିଥିବା ରିପୋର୍ଟରେ 170 ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ତିନିଜଣ ନିଖୋଜ ଥିବା ଜଣାପଡିଛି । ଏହା ଯୋଗୁଁ 300 ପରିବାର ନିଜର ବାସ ହରାଇଥିବା ବେଳେ 50 ହଜାର ଘର ନଷ୍ଟ ହୋଇଥବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅଗଷ୍ଟ 4 ତାରିଖରେ ବନ୍ଦରରେ ଘଟିଥିବା ଏହି ଶକ୍ତିଶାଳୀ ବିସ୍ଫୋରଣରେ ସହରର ପ୍ରାୟ ଅଧା ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବନ୍ଦରରେ ଗଚ୍ଛିତ ଥିବା 2 ହଜାର 7ଶହ 50 ଟନ ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ହେବା ଫଳରେ ଏପରି ଦୁର୍ଘଟଣା ଘଟିଛି ।
@ANI
ବେରୁଟ ବନ୍ଦର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 190କୁ ବୃଦ୍ଧି - ବିରୁଟ ବନ୍ଦର ବିସ୍ଫୋରଣ
ଲେବାନନର ବିରୁଟ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 190କୁ ବୃଦ୍ଧିପାଇଛି । ଏହି ବିସ୍ଫୋରଣରେ 6ହଜାର 5ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଲେବାନନ ସରକାରଙ୍କ ଦ୍ବାରା ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...