ETV Bharat / international

କୋରୋନା ଭୟ: ଭାରତ ସମେତ 7 ଦେଶର ଯାତ୍ରାରେ ରୋକ ଲଗାଇଲା ଇସ୍ରାଏଲ - COVID

ସାରା ବିଶ୍ବରେ ଏବେ ଆତଙ୍କ ଖେଳାଉଛି ମାହାମାରୀ କୋରୋନାର ଦ୍ବିତୀୟ ଲହରୀ । କିଛି ଦିନ ତଳେ ଆମେରିକା ଭାରତ ଉପରେ ରୋକ ଲଗାଇଥିବାବେଳେ ଏବେ ଇସ୍ରାଏଲ ଭାରତ ସହ ୭ ଦେଶର ଯାତ୍ରାରେ ଲଗେଇଲା ରୋକ । ଅଧିକ ପଢନ୍ତୁ...

କୋରୋନା ଭୟ: ଭାରତ ସମେତ 7 ଦେଶର ଯାତ୍ରା ଉପରେ ରୋକ ଲଗାଇଲା ଇସ୍ରାଏଲ

author img

By

Published : May 2, 2021, 3:49 PM IST

ଜେରୁଜେଲମ: ସାରାବିଶ୍ବରେ ଏବେ ଆତଙ୍କ ଖେଳାଉଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ। ଏଭଳି ସ୍ଥିତିରେ ଭାରତରେ ଗୋଟିଏ ପରେ ଗୋଟିଏ ଦେଶ ସହିତ ଦୂରତା ବଢିବାରେ ଲାଗିଛି । କିଛି ଦିନ ତଳେ ଆମେରିକା ଭାରତ ଉପରେ ରୋକ ଲଗାଇଥିବା ବେଳେ ଏବେ ଇସ୍ରାଏଲ ଭାରତ ସହ ୭ ଦେଶକୁ ଯାତ୍ରାରେ ଲଗେଇଲା ରୋକ । ଇସ୍ରାଏଲର ନାଗରିକଙ୍କୁ ୟୁକ୍ରେନ, ବ୍ରାଜିଲ, ଇଥିଓପିଆ, ଦକ୍ଷିଣ ଆଫ୍ରିକା, ଭାରତ, ମେକ୍ସିକୋ ଏବଂ ତୁର୍କୀ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଶୁକ୍ରବାର ଦିନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ମିଳିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି ନିୟମ ଆସନ୍ତା 3 ତାରିଖରୁ ମେ’ 16 ପର୍ଯ୍ୟନ୍ତ ଲାଗୁ ହେବ।

ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ, ଅଣ ଇସ୍ରାଏଲ୍ ନାଗରିକମାନେ ଏହି ଦେଶ ଗୁଡ଼ିକୁ ଯାତ୍ରା କରିପାରିବେ, ଯଦି ସେମାନେ ଏହି ଦେଶରେ ସ୍ଥାୟୀ ଭାବେ ରହିବାର ଯୋଜନା କରିଥିବେ । ଏହା ସହ ଯେଉଁମାନେ ବିମାନ ଅପେକ୍ଷାରେ ଏହି ଦେଶ ମଧ୍ୟରେ ଯେକୌଣସି ଏୟାରପୋର୍ଟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥିବେ, ସେହି ଲୋକଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ ।

ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଏହି ସାତ ଦେଶରୁ ଫେରୁଥିବା ଲୋକମାନେ ଦୁଇ ସପ୍ତାହ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବେ । ତେବେ ସେମାନେ ପୂର୍ବରୁ ଟିକା ନେଇଥାନ୍ତୁ କିମ୍ବା କୋରୋନାରୁ ସୁସ୍ଥ ହେଇଥାନ୍ତୁ, ସେମାନେ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟ । ଏହା ସହ ଯେଉଁମାନଙ୍କ ପାଖରେ କୋଭିଡ ନେଗେଟିଭ୍ ରିପୋର୍ଟ ଥିବ, ସେମାନେ 10 ଦିନ କ୍ବାରେଣ୍ଟାଇନରେ ରହିବେ ବୋଲି ସେମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.