ETV Bharat / international

ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି

ଶନିବାର ବିଳମ୍ବିତ ରାତିରେ ଇରାକର ରାଜଧାନୀ ବାଗଦାଦର ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ 82 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା
ବାଗଦାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା
author img

By

Published : Apr 26, 2021, 9:04 AM IST

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଥିବା ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା 82କୁ ବୃଦ୍ଧି ପାଇଛି । 110ଜଣ ଆହତ ହୋଇଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଆଇବିଏନ ଏଲ ଖାତିବ ହସ୍ପିଟାଲରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ 82ଜଣ କୋରୋନା ରୋଗୀ ଆଖି ବୁଜିଛନ୍ତି । ଏହା ସହିତ 110ଜଣ ଆହତ ହୋଇଛନ୍ତି । ଅକ୍ସିଜେନ ଟ୍ୟାଙ୍କ ବିସ୍ଫୋରଣ ପାଇଁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଡାକ୍ତରଖାନାରେ ସମୁଦାୟ 120ଜଣ ରୋଗୀ ଚିକିତ୍ସିତ ହେଉଥିଲେ । 90 ଜଣଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ତାନାନ୍ତରଣ କରାଯାଇଥିଲା । ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ ମୁସତାଫ ଏଲ କାଧିମି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.