ETV Bharat / international

କର୍ମକ୍ଷେତ୍ରକୁ ଫେରିଲେ ତଣ୍ଡ ଗଣିବେ ଅଷ୍ଟ୍ରେଲିଆନ କର୍ମଚାରୀ

author img

By

Published : May 29, 2020, 10:50 PM IST

ଦୀର୍ଘ ଦିନ ଧରି ଘରେ ବସି ରହିବା ପରେ ଜୁନ 1ରୁ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅନେକ କର୍ମଚାରୀ । ହେଲେ ଭିକ୍ଟୋରିଆ ରାଜ୍ୟରେ ଏପରି କରିବାକୁ ଥିବା କର୍ମଚାରୀଙ୍କୁ ତଣ୍ଡ ଗଣିବାକୁ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି ।

fines to australian, new work from home rule in australia, work from home, corona in australia, ଅଷ୍ଟ୍ରେଲିଆରେ କର୍ମଚାରୀଙ୍କୁ ତଣ୍ଡ, ଅଷ୍ଟ୍ରେଲିଆରେ ନୂଆ ୱାର୍କ ଫ୍ରମ ହୋମ ନିୟମ, ୱାର୍କ ଫ୍ରମ ହୋମ, ଅଷ୍ଟ୍ରେଲିଆରେ କୋରୋନା
କର୍ମକ୍ଷେତ୍ରକୁ ଫେରିଲେ ତଣ୍ଡ ଗଣିବେ ଅଷ୍ଟ୍ରେଲିଆନ କର୍ମଚାରୀ

କାନବେରା: ଦୀର୍ଘ ଦିନ ଧରି ଘରେ ବସି ରହିବା ପରେ ଜୁନ 1ରୁ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅନେକ କର୍ମଚାରୀ । ହେଲେ ଭିକ୍ଟୋରିଆ ରାଜ୍ୟରେ ଏପରି କରିବାକୁ ଥିବା କର୍ମଚାରୀଙ୍କୁ ତଣ୍ଡ ଗଣିବାକୁ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ରାଜ୍ୟପାଳ ଡାନିଏଲ ଆଣ୍ଡ୍ର୍ୟୁସ ସୂଚନା ଦେଇ କହିଛନ୍ତି କି ଦେଶରେ ୱାର୍କ ଫ୍ରମ ହୋମ ନିୟମକୁ ନବୀକରଣ କରାଯାଇଛି । ଏହି ନୂଆ ନିୟମ ଆଧାରରେ ଯଦି କେହି କର୍ମକ୍ଷେତ୍ରକୁ ଫେରନ୍ତି, ତେବେ ସେମାନଙ୍କୁ ତଣ୍ଡ ଗଣିବାକୁ ହେବ ।

ଏ ବିଷୟରେ ଅଧିକ ସୂଚନା ଦେଇ ସେ କହିଛନ୍ତି କି ଯଦି ଆପଣ ଘରୁ କାମ କରୁଛନ୍ତି ତେବେ, ଆଗକୁ ମଧ୍ୟ ଆପଣଙ୍କୁ ଘରୁ ହିଁ କାମ କରିବାକୁ ହେବ । ଏହାର ଅର୍ଥ ହେଉଛି ନୂଆ ନିୟମ ଆଧାରରେ ବର୍ତ୍ତମାନ ଅଫିସର ସମସ୍ତ କର୍ମଚାରୀ ଓ ମ୍ୟାନେଜମେଣ୍ଟକୁ ମଧ୍ୟ ଘରୁ ହିଁ କାମ କରିବାକୁ ହେବ । କୌଣସି କର୍ମଚାରୀ ବର୍ତ୍ତମାନ ସମୟରେ ଅଫିସକୁ ଫେରିପାରିବେ ନାହିଁ । ଏହି ନିୟମରୁ କିଛି ଅତ୍ୟାବଶ୍ୟକୀୟ ଉଦ୍ୟୋଗଗୁଡିକୁ ବାଦ ଦିଆଯାଇଛି । ଏହି ଉଦ୍ୟୋଗଗୁଡିକରେ ୱାର୍କ ଫ୍ରମ ହୋମ ସମ୍ଭବ ନଥିବାରୁ ଏଗୁଡିକ ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ ।

ଭିକ୍ଟୋରିଆରୁ ଯେ ପର୍ଯ୍ୟନ୍ତ କୋରୋନା ଭୟ ଦୂର ନହୋଇଛି ସେପର୍ଯ୍ୟନ୍ତ ଏହି ନୂଆ ନିୟମ ବଳବତ୍ତର ରହିବ ବୋଲି ଡାନିଏଲ ସ୍ପଷ୍ଟ କରିଛନ୍ତି । ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ନିୟମ କେତେ ଦିନ ଲାଗୁ ରହିବ, କେବେ ପରିସ୍ଥିତିରେ ସୁଧାର ଆସିବ ତାହା ଜାଣିନାହାନ୍ତି । ସୂଚନା ମୁତାବକ ରାଜ୍ୟରେ ରାତାରାତି କୋରୋନା ସଂକ୍ରମଣ ସମ୍ପର୍କରେ ଜଣାପଡିବା ପରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.