ETV Bharat / international

ଶତାବ୍ଦୀର ବଡ ପଦକ୍ଷେପ, ସ୍ପାନିସ ଫ୍ଲୁ ପରି କୋଭିଡ୍ ମୁକାବିଲା କରିବ ଅଷ୍ଟ୍ରେଲିଆ - 100 ବର୍ଷ ପରେ ବନ୍ଦ ହେବ ଅଷ୍ଟ୍ରେଲିଆର ସୀମା

1919 ମସିହାରେ ସ୍ପାନିସ ଫ୍ଲୁ ସମୟରେ ଯେଉଁ ପଦକ୍ଷେପ ନେଇଥିଲା ଆଜି ତାହା ଦୀର୍ଘ 100 ବର୍ଷ ପରେ ସେହି ନୀତି ଆପଣାଇବାକୁ ଯାଉଛି ଅଷ୍ଟ୍ରେଲିଆ । ଜାଣିବା ପାଇଁ ଅଧିକ ପଢନ୍ତୁ...

ସ୍ପାନିସ ଫ୍ଲୁ ପରି କୋରୋନାର ମୁକାବିଲା କରିବ ଅଷ୍ଟ୍ରେଲିଆ

author img

By

Published : Jul 6, 2020, 11:32 AM IST

ସିଡନୀ: କୋରୋନା ମହାମାରୀ ପାଇଁ ବଡ ପଦକ୍ଷେପ ନେଲା ଅଷ୍ଟ୍ରେଲିଆ । ଦୀର୍ଘ 100 ବର୍ଷ ପରେ ପୁଣି ବନ୍ଦ କଲା ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା । କୋରୋନା ସଂକ୍ରମଣ ବିସ୍ତାର ରୋକିବାକୁ ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସୀମାକୁ ବନ୍ଦ ରଖାଯାଇଛି । ଏନେଇ ସୋମବାର ସୂଚନା ଦେଇଛନ୍ତି ଭିକ୍ଟୋରିଆ ପ୍ରିମିୟର ଡାନିଏଲ ଆଣ୍ଡ୍ରିୟୁ ।

ତୀବ୍ର ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ଆସନ୍ତା ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସୀମାକୁ ବନ୍ଦ କରାଯାଇଛି । ନ୍ୟୁ ସାଉଥ ୱେଲ ସୀମାକୁ 100 ବର୍ଷ ପରେ ପ୍ରଥମ ଥର ଏହାକୁ ବନ୍ଦ କରାଯାଇଛି । ଶେଷ ଥର ପାଇଁ 1919 ସ୍ପାନିସ ଫ୍ଲୁ ବେଳେ ଏହି ସମାନ ଢଙ୍ଗରେ ସୀମା ସିଲ କରାଯାଇଥିଲା।

ଭିକ୍ଟୋରିଆର ରାଜଧାନୀ ମେଲବୋର୍ଣ୍ଣରେ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ପ୍ରଶାସନ ଶକ୍ତ ସାମାଜିକ ଦୂରତା ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । 9ଟି ପବ୍ଲିକ ହାଉସିଂରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ କର୍ତ୍ତୃପକ୍ଷ କହିଛନ୍ତି।

ମହାମାରୀ ଆରମ୍ଭ ହେବା ପରଠାରୁ ରାଜ୍ୟରେ 127 ନୂତନ କୋଭିଡ ସଂକ୍ରମଣ ରିପୋର୍ଟ ହୋଇଛି। ଏହାସହ ଗୋଟିଏ ମୃତ୍ୟୁ ଖବର ରିପୋର୍ଟ ହୋଇଛି । ଯାହା ଦୁଇ ସପ୍ତାହରୁ ଅଧିକ ସମୟ ମଧ୍ୟରେ ଜାତୀୟ ସ୍ତରରେ ପ୍ରଥମ ହୋଇ ଦେଶର ମୋଟ 105 କୁ ନେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.