ETV Bharat / international

ଆମେରିକା ଦୂତାବାସ ଉପରେ ଆକ୍ରମଣ ଉଦ୍ୟମ: ବିଫଳ କଲା ଏୟାର ଡିଫେନ୍ସ ସିଷ୍ଟମ

ଆମେରିକାର ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ଶକ୍ତ ଏୟାର ଡିଫେନ୍ସ ସିଷ୍ଟମ ପ୍ରତିହତ କରିବାର ପୂର୍ଣ୍ଣ ସଫଳ ହୋଇଛି । ଫଳରେ ଏକ ବଡ ଧରଣର ବିପଦ ଟଳିଛି । ବାଗଦାଦର ସବୁଠାରୁ ସୁରକ୍ଷିତ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା ।

author img

By

Published : Jul 5, 2020, 4:24 PM IST

ଫାଇଲ ଫଟୋ
ଫାଇଲ ଫଟୋ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଆମେରିକାର ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ଶକ୍ତ ଏୟାର ଡିଫେନ୍ସ ସିଷ୍ଟମ ପ୍ରତିହତ କରିବାର ପୂର୍ଣ୍ଣ ସଫଳ ହୋଇଛି । ଫଳରେ ଏକ ବଡ ଧରଣର ବିପଦ ଟଳିଛି । ବାଗଦାଦର ସବୁଠାରୁ ସୁରକ୍ଷିତ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା ।

ଆମେରିକା ଦୂତାବାସ ଉପରେ ଆକ୍ରମଣ ଉଦ୍ୟମ
ଆମେରିକା ଦୂତାବାସ ଉପରେ ଆକ୍ରମଣ ଉଦ୍ୟମ

ଗତବର୍ଷ ଠାରୁ ବାଗଦାଦର ଏହି ଅତ୍ୟଧିକ ସୁରକ୍ଷାପ୍ରବଣ ଅଞ୍ଚଳରେ ଦୁଇ ଡଜନରୁ ଅଧିକ ଆକ୍ରମଣ ହୋଇଛି । ଇରାକର ଏହି ସ୍ଥାନରେ ବିଭିନ୍ନ ଦେଶର ଦୂତାବାସ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ଅଟ୍ଟାଳିକା ରହିଛି । ଆମେରିକାର ଦୂତାବାସ ମଧ୍ୟ ଏହି କ୍ଷେତ୍ରରେ ରହିଛି । ଏହାସହ ଏହି ସ୍ଥାନରେ ଅନେକ ଆକ୍ରମଣରେ କେବଳ ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଉଛି ।

ଇରାକର ଆତଙ୍କୀଙ୍କ ଗଡ କୁହାଯାଉଥିବା ବାଗଦାଦର ସବୁଠାରୁ ଉଚ୍ଚ ସୁରକ୍ଷାପ୍ରବଣ ଅଞ୍ଚଳରେ ଅବସ୍ଥିତ ଗ୍ରୀନ୍ ଜୋନ୍‌କୁ ଅନେକ ଥର ଟାର୍ଗେଟ କରାଯାଉଛି । ଗତ ବର୍ଷ ଅକ୍ଟୋବରରୁ ଇରାକରେ ଆମେରିକାର ବେସ ଉପରେ 24ରୁ ଉର୍ଦ୍ଧ୍ବ ଥର ଆକ୍ରମଣ ହୋଇଛି। ଡିସେମ୍ବର 27 ରେ ଇରାକର କିର୍କୁକ୍ ପ୍ରଦେଶରେ ସାମରିକ ବେସ ଉପରେ ରକେଟ୍ ଆକ୍ରମଣରେ ଆମେରିକାର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଅନେକ ଆମେରିକୀୟ ଏବଂ ଇରାକୀ ସୈନିକ ମଧ୍ୟ ଆହତ ହୋଇଥିଲେ। ସାମରିକ ବେସକୁ 30 ରକେଟ ଦ୍ବାରା ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ପାଇଁ ଇରାନ ସମର୍ଥିତ ଗୋଷ୍ଠୀ ହାଶଦ ଅଲ-ଶାବି ନିଜକୁ ଦାୟୀ କରିଥିଲା ।

ଜାନୁଆରୀ 3 ରେ ବାଗଦାଦ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣରେ ଇରାନର କମାଣ୍ଡର କାସୀମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିଥିଲା। ସୁଲେମାନୀଙ୍କ ମୃତ୍ୟୁ ପରେ ବାଗଦାଦରେ ଥିବା ଆମେରିକାର ଦୂତାବାସ 7 ଓ 8 ଜାନୁଆରୀରେ ଆକ୍ରମଣ କରାଯାଇଥିଲା । ଜାନୁଆରୀ 7 ରେ, ଇରାନ ଆମେରିକାର ଦୁଇଟି ସାମରିକ ବେସରେ 22 ଟି କ୍ଷେପଣାସ୍ତ୍ର ମାଡ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.