ETV Bharat / international

ଜେଲରେ ଦଙ୍ଗା, 4 କଏଦୀ ମୃତ

ଗତ ମଙ୍ଗଳବାର ଆଫଗାନିସ୍ଥାନର ପୁଲ-ଏ-ଚରଖୀ ଜେଲରେ ହୋଇଥିବା ଦଙ୍ଗାରେ 4ଜଣ କଏଦୀଙ୍କ ମୃତ୍ୟୁ ହୋଇଛି ।

author img

By

Published : May 15, 2019, 11:51 AM IST

ଫାଇଲ ଫଟୋ

କାବୁଲ: ଆଫଗାନିସ୍ତାନର ଏକ ଜେଲରେ ଅଭାବନୀୟ ଘଟଣା ଘଟି 4 ଜଣ କଏଦୀଙ୍କ ପ୍ରାଣହାନୀ ଘଟିଛି । ଘଟଣା ଘଟିଛି ଆପଗାନିସ୍ତାନର ପୁଲ-ଏ-ଚରଖା ଜେଲରେ । ଏହି ଘଟଣାରେ 20 ଜଣ ପୋଲିସ କର୍ମଚାରୀଙ୍କ ସହିତ 33 ଜଣ ଜେଲ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲା ।

ସୂଚନା ଅନୁଯାୟୀ, ଉକ୍ତ ଜେଲରେ ନିଶା ଦ୍ରବ୍ୟ କାରବାର ନେଇ ଆଟର୍ଣ୍ଣି ଜେନେରାଲ ଓ ଇଣ୍ଟେରିଅ ଆଫେୟାର୍ସ ମନ୍ତ୍ରଣାଳୟ ବିଭାଗ ସର୍ଚ୍ଚ ଅପରେସନ ପାଇ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ତନାଘନା ଆରମ୍ଭ ହୋଇଥିଲା ।କିନ୍ତୁ ଏହାପରେ ଅପରାହ୍ନରେ ବିଲଡିଙ୍ଗ ତଲାସୀ ସମୟରେ ପୋଲିସ ଏବଂ କଏଦୀମାନଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା । ଯାହାଫଳରେ କଏଦୀମାନେ ପୋଲିସ ମାନଙ୍କ ଉପରେ ଆକ୍ରମଣ କରିଥିଲେ । କୌଣସି କାରଣକୁ ନେଇ ଉଭୟ ପୋଲିସ ଓ କଏଦୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ପରେ ଏହି କନ୍ଦଳ ଧୀରେଧୀରେ ଉଗ୍ର ରୂପ ନେଇଥିଲା ।

ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ସେପଟେ ଏହି ଘଟଣାରେ 4 ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ 53 ଜଣ ପୋଲିସ ଓ ଜେଲ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.