ETV Bharat / international

କୋରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରିଗଲେ 45 ଡାକ୍ତର - କୋରୋନା

କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଇଟାଲୀ । କୋରୋନା ରୋଗୀଙ୍କ ଚିକିତ୍ସା କରି 45 ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରିଗଲେ 45 ଡାକ୍ତର

author img

By

Published : Mar 28, 2020, 5:08 PM IST

ରୋମ: ସମଗ୍ର ବିଶ୍ବକୁ ଗ୍ରାସିବାରେ ଲାଗିଛି କୋରୋନା ଭାଇରସ୍‌ । ଏହି ମହାମାରୀ କବଳରେ ବିଶ୍ବର 199ଟି ଦେଶ କବଳିତ । ଯାହାର କବଳରୁ ମୁକୁଳିବା ପାଇଁ ଚାଲିଛି ଅହରହ ପ୍ରୟାସ । ତେବେ 199ଟି ଦେଶ ମଧ୍ୟରୁ ସର୍ବାଧିକ ପ୍ରଭାବିତ ଇଟାଲୀରେ ଏବେ ମୃତକଙ୍କ ସଂଖ୍ୟା 9 ହଜାର ଅତିକ୍ରମ କରିଛି । ଏଭଳି ସମୟରେ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମଗ୍ର ଇଟାଲୀକୁ ଦୋହଲାଇ ଦେଇଛି । ଏକା ସାଙ୍ଗରେ 45 ଜଣ କୋରୋନା ସଂକ୍ରମିତ ଡାକ୍ତରଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଏହି ସମସ୍ତ ଡାକ୍ତର କୋରୋନା ରୋଗୀଙ୍କ ଚିକିତ୍ସା କରିବା ପରେ କୋରୋନା ସଂକ୍ରମଣ ହୋଇ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏନେଇ ଗତ ଶୁକ୍ରବାର ସୂଚନା ଦେଇଛନ୍ତି ଇଟାଲୀଆନ ଆସୋସିଏସନ ଅଫ ଡକ୍ଟର୍ସ । ଏହା ପରେ ଇଟାଲୀଆନ ଆସୋସିଏସନ ଅଫ ଡକ୍ଟର୍ସର ଅଧ୍ୟକ୍ଷ ଫିଲିପୋ ଆନେଲି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଅଧିକ ଉପକରଣ ମାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.