ETV Bharat / international

ବ୍ୟଙ୍ଗାତ୍ମକ ଢଙ୍ଗରେ ଜେଲେନସ୍କିଙ୍କ ପ୍ରଶ୍ନ, ମୁଁ କାମୁଡେ ନାହିଁ କାହିଁକି ଭୟଭୀତ ହେଉଛନ୍ତି ? - ମୁଁ କାମୁଡେ ନାହିଁ

ମୁଁ କାମୁଡେ ନାହିଁ, ଆପଣ କ'ଣ ପାଇ ଭୟଭୀତ ହେଉଛନ୍ତି ? ଏପରି ଭାବେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଆହ୍ବାନ କରିଛନ୍ତି ଜେଲେନସ୍କି । ଅଧିକ ପଢନ୍ତୁ

ମୁଁ କାମୁଡେ ନାହିଁ, କାହିଁକି ଭୟଭୀତ ହେଉଛନ୍ତି ବୋଲି ପୁଟିନକୁ କହିଲେ ଜେଲେନସ୍କି

author img

By

Published : Mar 4, 2022, 1:18 PM IST

କିଭ୍‌: ମୁଁ କାମୁଡେ ନାହିଁ, ଆପଣ କ'ଣ ପାଇଁ ଭୟଭୀତ ହେଉଛନ୍ତି ? ଆଲୋଚନା ପାଇଁ ମୋ ସହ ବସନ୍ତୁ । କିନ୍ତୁ ୩୦ ମିଟର ଦୂରରେ ନୁହେଁ । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏବଂ ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକ ସମୟର ଏକ ଫଟୋକୁ ଇଙ୍ଗିତ କରି ଏପରି ବ୍ୟଙ୍ଗାତ୍ମକ ଭାବେ ପୁଟିନଙ୍କ ସହ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ଋଷ ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥା ହେବାକୁ ଚାହୁଁଥିବାର କହିଛନ୍ତି ।

ଜେଲେନସ୍କି ଯେଉଁ ଫଟୋ କଥା ଉଠାଇଛନ୍ତି, ସେଥିରେ ପୁଟିନ ଏବଂ ମାକ୍ରୋନ ଏକ ଲମ୍ବା ଟେବୁଲର ଏପାଖ ସେପାଖରେ ବସିଥିବାର ଦେଖାଯାଇଥିଲା । ୟୁକ୍ରେନ ଓ ଋଷିଆ ମଧ୍ୟ ଆରମ୍ଭ ହୋଇଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଏବେସୁଦ୍ଧା ୪ଟି ସହର ଋଷ କବ୍‌ଜାକୁ ଚାଲିଯାଇଛି । ରାଜଧାନୀ କିଭ୍‌ ଦଖଲ କରିବାକୁ ଋଷିଆ ଘନ ଘନ ଆକ୍ରମଣ କରୁଛି ।

ଋଷ ସେନାର ପ୍ରବଳ ଗୁଳିଗୋଳା ଏବଂ ବୋମା ମାଡରେ ଏବେ ୟୁକ୍ରେନର ଅନେକ ସହର ଭଗ୍ନସ୍ତୁପରେ ପରିଣତ ହୋଇଛି । ତେଣୁ ଯୁଦ୍ଧ ବନ୍ଦ ପାଇଁ ପୁଟିନ ମୋ ସହ ଆଲୋଚନା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ପ୍ରତ୍ୟେକ ଶବ୍ଦ ଗୁଳି(shots) ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ଯୁଦ୍ଧକୁ ନେଇ ୟୁକ୍ରେନ-ଋଷିଆ ମଧ୍ୟରେ ଆଲୋଚନା ଜାରି ରହିଛି । ଦୁଇ ରାଷ୍ଟ୍ର ମଧ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବସିଛି । କିନ୍ତୁ ଜେଲେନସ୍କି ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଚାହିଁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.