ETV Bharat / international

Russia-Ukraine War: NATOକୁ ଚେତାଇଲେ ଜେଲେନସ୍କି - ନୋ ଫ୍ଲାଇଙ୍ଗ ଜୋନ କରିବାକୁ ଜେଲେନସ୍କିଙ୍କ ଚେତାବନୀ

ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି NATOକୁ କଡ଼ା ଚେତାବନୀ ଦେଇଛନ୍ତି । ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଜେଲେନସ୍କି । ଅଧିକ ପଢନ୍ତୁ

Russia-Ukraine War: NATOକୁ ଚେତାବନୀ ଦେଲେ ଜେଲେନସ୍କି

author img

By

Published : Mar 14, 2022, 12:26 PM IST

କିଭ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୯ ଦିନରେ ପହଞ୍ଚିଛି । ତଥାପି ବାହାରି ପାରୁନି ସମାଧାନର ବାଟ । ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି NATOକୁ କଡ଼ା ଚେତାବନୀ ଦେଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଜେଲେନସ୍କି । ତୁରନ୍ତ ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍(no-fly zone) ଘୋଷଣା କରିବାକୁ ଦାବି କରିଛନ୍ତି ଜେଲେନସ୍କି ।

ନାଟୋ ଦେଶମାନଙ୍କୁ ଚେତାବନୀ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି । ନଚେତ୍‌ ନାଟୋ ଉପରେ ବୋମା ବର୍ଷା କରିପାରେ ଋଷ ସେନା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ନାଟୋ ଠିକ୍ ସମୟରେ ପଦକ୍ଷେପ ନ ନିଏ, ତେବେ ଋଷ ଏହାର ସଦସ୍ୟ ଦେଶ ଗୁଡ଼ିକୁ ଟାର୍ଗେଟ କରିବା ଆରମ୍ଭ କରିବ । ଋଷର ଆକ୍ରମଣ ପୋଲାଣ୍ଡ ସୀମା ନିକଟରେ ଏକ ୟୁକ୍ରେନ ସାମରିକ ବେସକୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ଜେଲେନସ୍କିଙ୍କ ବିବୃତ୍ତି ଆସିଛି । ଗତକାଲିର ଏୟାର ଷ୍ଟ୍ରାଇକରେ ଲିବିବରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୩୪ ଜଣ ଆହତ ହୋଇଛନ୍ତି ।

ଏକ ଭିଡିଓ ବାର୍ତ୍ତା ଜାରିକରି NATOକୁ କଡ଼ା ଚେତାବନୀ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୧୩୦୦ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ଋଷର ୧୨ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଲେଣି ବୋଲି କହିଛନ୍ତି ଜେଲେନସ୍କି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.