ETV Bharat / international

ସନା ମାରୀନ ହେଲେ ବିଶ୍ବର ଯୁବ ପ୍ରଧାନମନ୍ତ୍ରୀ

author img

By

Published : Dec 9, 2019, 8:24 PM IST

34 ବର୍ଷୀୟ ସନା ମରୀନ ଫିନଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ ବିଶ୍ବର ସବୁଠାରୁ ଯୁବା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

sanna marin
sanna marin

ହେଲସିକିଂ: ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବଗ୍ରହଣ କରିଛନ୍ତି 34 ବର୍ଷୀୟ ସନା ମରୀନ। ସେ ଦେଶର ଇତିହାସ ସହ ବର୍ତ୍ତମାନ ବିଶ୍ବର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଏଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନା ଫିନଲ୍ୟାଣ୍ଡର ପିଏମ ପଦ ପାଇଁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ସେ ଦେଶର ପରିବହନ ଓ ସଞ୍ଚାର ମନ୍ତ୍ରୀ ରୂପେ ଦାୟିତ୍ବ ତୁଲାଇଛନ୍ତି।

ଏହି ଯୁବ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ ପରେ କହିଛନ୍ତି,‘ମୁଁ ନିଜର ବୟସ କିମ୍ବା ଲିଙ୍ଗ ବିଷୟରେ କେବେ ଚିନ୍ତା କରିନାହିଁ। ମତଦାତା ଯେଉଁଥି ପାଇଁ ମୋତେ ନିର୍ବାଚିତ କରିଛନ୍ତି ମୁଁ ସେ ବିଷୟରେ ହିଁ ଚିନ୍ତା କରେ। ’

ସନା ମରୀନ 16 ନଭେମ୍ବର 1985 ମସିହାରେ ଜନ୍ମଗ୍ରହଣ କରିଥିଲେ । 2012ରେ ପ୍ରଶାସନିକ ବିଜ୍ଞାନରେ ଟୈମ୍ପିୟର ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକ ହାସଲ କରିଥିଲେ । 2012ରେ ସ୍ଥାନୀୟ ଟୈମ୍ପିୟରର ନଗର ପରିଷଦ ଭାବେ ତାଙ୍କୁ ଚୟନ କରାଯାଇଥିଲା। ସନା 2013-1017 ଯାଏଁ ସିଟି କାଉଂସିଲର ଚେୟାରପର୍ସନ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।

2015 ମସିହାରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମଥର ପାଇଁ 2019ରେ ସେ ସରକାରରେ ସାମିଲ ହୋଇଥିଲେ ହେବା ସହ ପରିବହନ ଓ ସଞ୍ଚାର ମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.