ETV Bharat / international

ଫାଇଜର କୋରୋନା ଟିକାକୁ ଡବ୍ଲ୍ୟୁଏଚଓର ଅନୁମତି

ଜରୁରୀକାଳୀନ ବ୍ୟବହାର ରୂପେ ବିଶ୍ବ ସ୍ବାସ୍ଥ୍ୟସଙ୍ଗଠନ ପ୍ରଥମ ଥର ଫାଇଜର କୋରୋନା ଟିକାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

ଫାଇଜର କୋରୋନା ଟିକାକୁ ଡବ୍ଲ୍ୟୁଏଚଓର ଅନୁମତି
ଫାଇଜର କୋରୋନା ଟିକାକୁ ଡବ୍ଲ୍ୟୁଏଚଓର ଅନୁମତି
author img

By

Published : Jan 1, 2021, 2:24 PM IST

ଜେନିଭା:ବର୍ଷ ଆରମ୍ଭରୁ ଖୁସି ଖବର । ଫାଇଜର-ବାୟୋଏନଟେକ କୋଭିଡ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇ ସାରା ବିଶ୍ବକୁ ଆଶ୍ବସ୍ତି କରିଛି । କୋରୋନାର ନୂଆ ଷ୍ଟ୍ରେନ ଆତଙ୍କ ଖେଳାଇଥିବା ବେଳେ ଡବ୍ଲ୍ୟୁଏଚଓର ଏହି ପଦକ୍ଷେପ 2021ର ଉଜ୍ଜଳ ଭବିଷ୍ୟତ ଦର୍ଶାଇଛି । ଏହା ଦ୍ବାରା ଅନେକ ଦେଶ ଏବେ ଟିକା ଆମଦାନି ଓ ବଣ୍ଟନ ପାଇଁ ଅନୁମୋଦନ ପାଇଁ ବାଟ ଫିଟିଛି ।

ଆମେରିକା ଦ୍ବାରା ପ୍ରସ୍ତୁତ କୋରୋନା ଟିକା ଫାଇଜର/ ବାୟୋଏନଟେକ କୋରୋନା ଟିକା ଯାହାକୁ ଜରୁରୀକାଳିନ ବ୍ୟବହାର ପାଇଁ ଡବ୍ଲ୍ୟଏଚଓ ଅନୁମତି ଦେଇଛି । କୋଭିଡ ମୁକାବିଲା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଓ ଅତ୍ୟନ୍ତ ଜରୁରୀ ପଦକ୍ଷେପ ବୋଲି ଡବ୍ଲ୍ୟଏଚଓ ର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ଡବ୍ଲ୍ୟୁଏଚଓ ଗରିବ ଦେଶଗୁଡିକରେ ଯଥାଶୀଘ୍ର ଟିକା ପହଞ୍ଚାଇବା ପାଇଁ ଏମରଜେନ୍ସ ୟୁଜ ଲିଷ୍ଟିଙ୍ଗ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି । ଏହି ତାଲିକାରେ ସାମିଲ ହେବା ପରେ ସମଗ୍ର ଦେଶରେ ସହଜରେ କୋରୋନା ଭ୍ୟାକସିନକୁ ଜରୁରୀକାଳିନ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିପାରିବ ।

ଡବ୍ଲ୍ୟୁଏଚଓ ଫାଇଜର ଭ୍ୟାକସିନର ସମୀକ୍ଷା ପରେ ଏହାର ସୁରକ୍ଷା ଓ ସାମର୍ଥ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ଦରକାର ବୋଲି କହିଛି । ଫାଇଜର-ବାୟୋଏନଟେକ ଭ୍ୟାକସିନକୁ ଆମେରିକା, ବ୍ରିଟେନ, ୟୁରୋପିଆନ ସଂଘ ସହ 12 ଅଧିକ ଦେଶ ବ୍ୟବହାର କରିବାକୁ ଅନୁମତି ଦେଇସାରିଛି ।

ଫାଇଜର କୋରୋନା ଭ୍ୟାକସିନ ପ୍ରଥମେ ବ୍ରିଟେନରେ ଏମରଜେନ୍ସି ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ପରେ ଆମେରିକାରେ ଏହାକୁ ଅନୁମତି ଦେବା ସହ ସେଠାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଲାଇଭ ଟିଭିରେ ଫାଇଜର ଟିକା ନେଇଥିଲେ ।

ସୂଚନାଯୋଗ୍ୟ, ଆମେରିକାରେ କୋରୋନାକୁ ପ୍ରତିହତ କରିବାକୁ ମଡର୍ଣ୍ଣା ଓ ଫାଇଜର-ବାୟୋଏନଟେକର ଦୁଇଟି ଭ୍ୟାକସିନ ପ୍ରସ୍ତୁତ କରାଯାଉଛି । ଏହି ଦୁଇଟି ମଧ୍ୟରୁ ଫାଇଜରକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ୟବହାର ପାଇଁ ଅନୁମତି ଦେଇଛି ।

ସୂଚନାଯୋଗ୍ୟ, ଆମେରିକାରେ ଫାଇଜର ଟିକା ନେବାର କିଛି ଦିନ ପରେ ଜଣେ ନର୍ସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 45 ବର୍ଷୀୟ ନର୍ସ ଜଣକ 18 ଡିସେମ୍ବରରେ ଟିକା ନେଇଥିବାବେଳେ 6 ଦିନ ପରେ ତାଙ୍କ ଭିତରେ କୋରୋନା ଲକ୍ଷଣ ଦେଖାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.