ETV Bharat / international

କୋରୋନା ମୁକାବିଲା: ଆଜି WHOର ଜରୁରୀକାଳିନ ବୈଠକ - WHO

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଗୁରୁବାର ଏକ ଜରୁରୀକାଳୀନ କମିଟିର ବୈଠକ ଡାକିଛି । ଏହି ବୈଠକରେ ସାରା ବିଶ୍ବରେ କୋରୋନା ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ।

WHO emergency committee
WHO ର ଜରୁରୀକାଳିନ ବୈଠକ
author img

By

Published : Apr 30, 2020, 12:15 PM IST

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଗୁରୁବାର ଏକ ଜରୁରୀକାଳୀନ କମିଟିର ବୈଠକ ଡାକିଛି । ଏହି ବୈଠକରେ ସାରା ବିଶ୍ବରେ କୋରୋନା ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ତିନି ମାସ ପୂର୍ବରୁ WHO ଏପରି ଏକ ବୈଠକ କରିଥିଲା, ଯେତେବେଳେ କୋଭିଡ-19କୁ ଆନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା ।

ଡିସେମ୍ବର ମାସରେ ଚୀନରେ ଆରମ୍ଭ ହୋଇଥିବା ଏହି ରୋଗ ବର୍ତ୍ତମାନ ସାରା ବିଶ୍ବରେ ବ୍ୟାପିଗଲାଣି । ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡହୋଲମ୍ ଗେବ୍ରେସ ଜାତିସଂଘର ଏଜେନ୍ସି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।

ସୋମବାର ଟେଡ୍ରୋସ କହିଥିଲେ, କୋଭିଡ-19ର ଗମ୍ଭୀରତାକୁ ହୃଦୟଙ୍ଗମ କରି ଜାନୁଆରୀ 30 ରେ WHO ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା, ଯେତେବେଳେ କୌଣସି ମୃତ୍ୟୁ ହୋଇନଥିଲା ଏବଂ ଚୀନ୍ ବାହାରେ କେବଳ 82 ଟି ମାମଲା ହିଁ ସାମ୍ନାକୁ ଆସିଥିଲା। ସେ କହିଛନ୍ତି ଯେ, ବିଶ୍ବ WHOକୁ ଭଲ ଭାବରେ ଶୁଣିବା ଉଚିତ୍।

ପ୍ରକାଶଥାଉକି, WHOକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଟ୍ରମ୍ପ ଚଳିତ ମାସ ଆରମ୍ଭରେ ଆମେରିକାର ଏଜେନ୍ସିର ପାଣ୍ଠିକୁ ବନ୍ଦ କରି କହିଥିଲେ, WHO ମହାମାରୀ ସମ୍ବନ୍ଧୀୟ ସୂଚନା ଠିକ୍ ସମୟରେ ଏବଂ ସ୍ବଚ୍ଛ ଭାବରେ ଦେବାରେ ବିଫଳ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.