ETV Bharat / international

ଆମେ ଲଢ଼ଛୁ, ଆଉ ଶକ୍ତିଶାଳୀ ଦେଶ ଦୂରରୁ ଦେଖୁଛନ୍ତି: ୟୁକ୍ରେନ ରାଷ୍ଟ୍ରପତି - ୟୁକ୍ରେନ୍‌ ଉପରେ ଋଷିଆର ଆକ୍ରମଣ

ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଅଧିକ ପଢ଼ନ୍ତୁ

ଆମ ଲଢ଼ଛୁ, ଆଉ ଶକ୍ତିଶାଳୀ ଦେଶ ଦୁରରୁ ଦେଖୁଛନ୍ତି: ୟୁକ୍ରେନ ରାଷ୍ଟ୍ରପତି

author img

By

Published : Feb 25, 2022, 5:01 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ଏହି ଆକ୍ରମଣ ଯୋଗୁଁ ୧୩୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି ୟୁକ୍ରେନ୍‌ ଉପରେ ଋଷିଆ କ୍ରୁର ଭାବରେ ଆକ୍ରମଣ କରୁଥିବା ବେଳେ ଶକ୍ତିଶାଳୀ ଦେଶ ଦେଖଣାହାରୀ ପାଲଟିଛନ୍ତି ।

ଶୁକ୍ରବାର ଦେଶକୁ ସମ୍ବୋଧନ କରି ଜେଲେନସ୍କି କହିଛନ୍ତି ଯେ, "ଆଜି ସକାଳୁ ମଧ୍ୟ ଆମେ ଗତକାଲି ଭଳି ଏକୁଟିଆ ନିଜ ରାଜ୍ୟର ରକ୍ଷା କରୁଛୁ । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଦୂରରେ ରହି କେବଳ ସବୁକିଛି ଦେଖୁଛନ୍ତି । ଗତକାଲି ଋଷ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ କିଛି ପ୍ରଭାବ ପଡ଼ିଛି କି ? ଆମେ କେବଳ ଆକାଶକୁ ଅନାଇ ନିଜ ମାଟିକୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ ।"

ଶୁକ୍ରବାର ମଧ୍ୟ ୟୁକ୍ରେନ ଉପରେ ଋଷର ମିସାଇଲ ଆକ୍ରମଣ ଜାରି ରହିଛି । ଋଷ ପକ୍ଷରୁ ଉଭୟ ସୈନ୍ୟ ଓ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । ନାଗରିକଙ୍କ ଉପରେ ଆକ୍ରମଣ କରିବା ଉପରେ ୟୁକ୍ରେନ ବିଶ୍ବାସ ରଖେ ନାହିଁ ବୋଲି କହିଛନ୍ତି ଭୋଲୋଦିମିର ଜେଲେନସ୍କି । ଶୁକ୍ରବାର ସକାଳେ ମଧ୍ୟ ୟୁକ୍ରେନ୍‌ର ରାଜଧାନୀର କିଭ୍‌ରେ ବହୁ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ଯୋଗୁଁ ସାଧାରଣ ନାଗରିକ ବାସ କରୁଥିବା ସ୍ଥାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଶେଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, "ଋଷକୁ ଆମ ସହ କଥା ହେବାକୁ ହିଁ ପଡ଼ିବ । ସେ ଆଜି ହେଉ ସର୍ବଶେଷରେ କିଭଳି ଏହି ଶତ୍ରୁତାକୁ ସମାପ୍ତ କରି ହେବ ସେନେଇ ଆଲୋଚନା ହିଁ ଏକମାତ୍ର ବାଟ । ଋଷ ଆକ୍ରମଣ କରୁଥିବା ଯାଏଁ ଆମେ ନିଜର ରକ୍ଷା ନିଜେ କରିବୁ ।"

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.