ETV Bharat / international

ପୋଲାଣ୍ଡରେ ରାଷ୍ଟ୍ରପତି ନିର୍ବାଚନର ମତଦାନ ଶେଷ

ପୋଲାଣ୍ଡରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । କଡାକଡି ସୁରକ୍ଷା ନିୟମ ଓ ସାମାଜିକ ଦୂରତା ବଜାୟ ରଖି ମତଦାନ ହୋଇଥିଲା । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ରାତି 9ଟାରେ ଶେଷ ହୋଇଛି ।

poland election, poland presidential election, presidential election, election, voting, ପୋଲାଣ୍ଡ ନିର୍ବାଚନ, ପୋଲାଣ୍ଡରେ ରାଷ୍ଟ୍ରପତି ନିର୍ବାଚନ, ରାଷ୍ଟ୍ରପତି ନିର୍ବାଚନ, ନିର୍ବାଚନ
ପୋଲାଣ୍ଡରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଶେଷ
author img

By

Published : Jun 28, 2020, 8:53 PM IST

ୱାରସ: ପୋଲାଣ୍ଡରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । କଡାକଡି ସୁରକ୍ଷା ନିୟମ ଓ ସାମାଜିକ ଦୂରତା ବଜାୟ ରଖି ମତଦାନ ହୋଇଥିଲା । ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ରାତି 9ଟାରେ ଶେଷ ହୋଇଛି । ଶାସକ ଦଳର ରାଷ୍ଟ୍ରବାଦୀ ୟୁରୋପିଆନ ରାଷ୍ଟ୍ରବାଦୀଙ୍କ ବିରୋଧରେ ଯିବାରୁ ଏହି ନିର୍ବାଚନ ନେଇ ଘୋଷଣା କରାଯାଇଥିଲା । କୋରୋନା ସଂକ୍ରମଣ ମଧ୍ୟରେ ୟୁରୋପରେ ସମ୍ପର୍ଣ୍ଣ ହୋଇଥିବା ଏହା ପ୍ରଥମ ନିର୍ବାଚନ ପ୍ରକ୍ରିୟା ।

ଚଳିତବର୍ଷ ଆରମ୍ଭରୁ ସଂକ୍ରମଣ ବ୍ୟାପିବାରେ ଲାଗିଥିବାରୁ ନିର୍ବାଚନରେ ସଂକ୍ରମଣର ଆଶଙ୍କା ଦୂର କରିବା ପାଇଁ ପୋଷ୍ଟାଲ ଭୋଟିଂ ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଥିଲା । ତଥାପି ସଂକ୍ରମଣର ବର୍ଦ୍ଧିତ ସଂଖ୍ୟାକୁ ଅଣଦେଖା କରି କେବଳ 13,000 ମତଦାତାଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା । ଶୁକ୍ରବାର ଜାତୀୟ ନିର୍ବାଚନ ଆୟୋଗ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପ୍ରାୟ 30 ମିଲିୟନ ମତଦାତାଙ୍କ ପାଇଁ ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ରହିବ ବୋଲି ସ୍ପଷ୍ଟ କରିଥିଲା ।

ସୋମବାର ସକାଳ ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ନେଇ କୌଣସି ସୂଚନା ନାହିଁ । ସେପଟେ ଆକଳନ ମୁତାବକ ବର୍ତ୍ତମାନ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପୁଣି ଲଢୁଥିବା ରାଷ୍ଟ୍ରପତି ଆଣ୍ଡ୍ରେଜ ଡୁଡାଙ୍କର ଶାସକ ଜାତୀୟତାବାଦୀ ଆଇନ ଓ ନ୍ୟାୟ ଦଳ ସହ ସମ୍ପର୍କ ରହିଥିବା ଜଣା ପଡିଛି । ଯାହା ତାଙ୍କୁ ପ୍ରତିଦ୍ବନ୍ଦୀଙ୍କଠାରୁ 10 ପଏଣ୍ଟ ଆଗରେ ରଖିବାରେ ସାହାଯ୍ୟ କରିଛି ।

ଯଦି ସେ ଭୋଟିରେ 50 ପ୍ରତିଶତ ବହୁମତ ହାସଲ ନକରନ୍ତି ତେବେ ପୂର୍ବନିର୍ଦ୍ଧାରଣ ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଜୁଲାଇ 12ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସେଠାରେ ପ୍ରତିଦ୍ବନ୍ଦୀ ତଥା ୱାରସ ମେୟର ରାଫାଲ ଟ୍ରାଜାସ୍କୋସ୍କିଙ୍କ ବାଜିମାତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.