ETV Bharat / international

Ukraine Crisis: ଋଷକୁ ନୂଆ ଝଟକା, Visa-Mastercard ସେବା ବନ୍ଦ

author img

By

Published : Mar 6, 2022, 1:09 PM IST

ଦୁର୍ବଳ ହେଉଛି ଋଷ ଅର୍ଥନୀତି। ଋଷ ଉପରେ ପ୍ରତିବନ୍ଧକ ଲଗାଇଲା କ୍ରେଡିଟ କାର୍ଡ, ମାଷ୍ଟରକାର୍ଡ ଏବଂ ଭିସା । ଅଧିକ ପଢନ୍ତୁ

Ukraine Crisis: ଋଷିଆ ଉପରେ କଟକଣା ଲାଗଇଲା Visa-Mastercard -Credit card

କାଲିଫର୍ଣ୍ଣିଆ: ଦୁର୍ବଳ ହେଉଛି ଋଷର ଅର୍ଥନୀତି । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ କ୍ରେଡିଟ କାର୍ଡ, ମାଷ୍ଟରକାର୍ଡ ଏବଂ ଭିସା ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାଫଳରେ ଋଷିଆରେ ଥିବା ବ୍ୟାଙ୍କ ଗୁଡିକର କାର୍ଡ ଏବେ ଆଉ ଦେଶବାହାରେ କାମ କରିବ ନାହିଁ ।

ଆଗାମୀ ଦିନରେ ସମସ୍ତ ଭିସା କାରବାର ମଧ୍ୟ ବନ୍ଦ କରାଯିବ । ଖୁବଶୀଘ୍ର ଏହା ଲାଗୁ କରାଯିବା ନେଇ ଭିସା ଘୋଷଣା କରିଛି । ଏହା କାର୍ଯ୍ୟକାରୀ ହେବା ମାତ୍ରେ ଭିସା କାର୍ଡ ସହିତ ଆରମ୍ଭ ହୋଇଥିବା ସମସ୍ତ କାରବାର ଆଉ ଦେଶ ବାହାରେ କାମ କରିବ ନାହିଁ । ସେହିପରି ବାହାରେ ଆର୍ଥିକ ପ୍ରତିଷ୍ଠାନ ଗୁଡିକରେ ଜାରି କରାଯାଇଥିବା କୌଣସି ଭିସା କାର୍ଡ ଆଉ ଋଷିଆ ଫେଡେରେସନ୍ ମଧ୍ୟରେ କାମ କରିବ ନାହିଁ ବୋଲି ଭିସା ତରଫରୁ ଗତକାଲି ଏକ ବିବୃତ୍ତିରେ କୁହାଯାଇଛି । ୟୁକ୍ରେନରେ ଋଷର ଆକ୍ରମଣାତ୍ମକ ମନୋଭାବ ବୃଦ୍ଧି ଯୋଗୁଁ ଭିସା ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସେହିପରି ମାଷ୍ଟରକାର୍ଡ ମଧ୍ୟ ଋଷିଆରେ ସେବା ବନ୍ଦ କରିବା ସହ ଏହି କାର୍ଡ ଏବେ ଅଚଳ ହୋଇଯିବ ବୋଲି କୁହାଯାଇଛି । ଏହି ୨ କମ୍ପାନୀର ପ୍ରତିବନ୍ଧକ ପରେ ଋଷିଆର ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍ କମ୍ପାନୀ କହିଛି ଯେ ଦେଶରେ ଭିସା ଏବଂ ମାଷ୍ଟରକାର୍ଡ ସେବାକୁ ସ୍ଥଗିତ ରଖିଲେ ମଧ୍ୟ ଦେଶ ମଧ୍ୟଋଷିଆର SberBankର କାର୍ଡ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେହିପରି ଗତକାଲି ପୁମା କମ୍ପାନୀ ମଧ୍ୟ ଋଷ ଉପରେ କଟକଣା ଲଗାଇଛି । ପୁମାର ସମସ୍ତ ଷ୍ଟୋର ଗୁଡିକୁ ଋଷରେ ଏବେ ବନ୍ଦ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.